ମନୋରଞ୍ଜନ

କୁନି ଉଦ୍ୟୋଗୀଙ୍କ ବ୍ୟବସାୟ ଦେଖି ଖୁସିରେ ପାର୍ଟନର ବନିଗଲେ ଜଣାଶୁଣା ଡିଜାଇନର୍‌ ଗୌରୀ ଖାନ୍‌ – Ibnodisha

[ad_1]

ମୁମ୍ବାଇ: ଭ‌ାରତରେ ଇଣ୍ଟେରିୟର ଡିଜାଇନିଂ କ୍ଷେତ୍ରରେ କିଙ୍ଗ୍‌ଖାନ୍‌ ଶାହାରୁଖ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଏକ ବଡ଼ ନାମ। ଯେହେତୁ ଏହି ବେପାର କେତୋଟି ଅଗ୍ରଣୀ ଶିଳ୍ପ ମଧ୍ୟରୁ ଅନ୍ୟତମ, ଏ କ୍ଷେତ୍ରରେ ନିଜର କ୍ୟାରିୟର୍‌ ଗଢ଼ିବାର ସ୍ବପ୍ନ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ଥାଏ। ସେଥିମଧ୍ୟରୁ ଅନ୍ୟତମ ହେଉଛନ୍ତି ଯୁବ ଉଦ୍ୟୋଗୀ ପ୍ରାଞ୍ଜଳ ଅଗ୍ରୱାଲ୍‌।

ପ୍ରାଞ୍ଜଳ ଅଗ୍ରୱାଲ ହେଉଛନ୍ତି ଆସବାବପତ୍ର ଏବଂ ଘର ସଜାଇବା କମ୍ପାନି ‘ହର୍ମୋସା ଡିଜାଇନ ଷ୍ଟୁଡିଓ’ର ପ୍ରତିଷ୍ଠାତା ତଥା ସିଇଓ। ଅଗ୍ରୱାଲ୍ ହର୍ମୋସା ଡିଜାଇନ୍ ସେତେବେଳେ ଆରମ୍ଭ କରିଥିଲେ, ଯେତେବେଳେ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ‌ସେ ତାଙ୍କର ଚେଷ୍ଟା ବଳରେ ପ୍ରତିବର୍ଷ ନିଜ ବ୍ରାଣ୍ଡକୁ ଏକ ନୂତନ ସ୍ତରକୁ ନେଇଯାଉଥିଲେ।

ପ୍ରାଞ୍ଜଳ ତାଙ୍କ ବ୍ରାଣ୍ଡର ଡିଜାଇନର୍ ଆସବାବପତ୍ରକୁ ସୁଲଭ ମୂଲ୍ୟରେ ଲଞ୍ଚ କରିବା ସହ ଜବରଦସ୍ତ ଲୁକ୍‌ ସହ ବଜାରକୁ ଛାଡୁଥିଲେ। ଧୀରେ ଧୀ‌ରେ ତାଙ୍କ ଛୋଟିଆ ‘ହର୍ମୋସା ଡିଜାଇନ ଷ୍ଟୁଡିଓ’ ଗୌରୀ ଖାନ୍‌ଙ୍କ ଇଣ୍ଟେରିୟର୍‌ ଡିଜାଇନିଂ ବ୍ରାଣ୍ଡ୍‌ ‘ଗୌରୀ ଖାନ୍‌ ଡିଜାଇନ୍ସ’କୁ ଟକ୍କର ଦେବାକୁ ବସିଲା।

ତାଙ୍କର ପ୍ରତ୍ୟେକ ଆସବାପତ୍ରର ମୂଲ୍ୟ ଏବଂ ଡିଜାଇନ୍‌ ଭିନ୍ନ ରହୁଥିଲା। ୫୦୦ ଟଙ୍କ‌ାରୁ ୧ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର ସେ ସାମଗ୍ରୀ ନିଜ କମ୍ପାନିରେ ତିଆରି କରୁଥିଲେ। ହର୍ମୋସା ଡିଜାଇନ୍‌ ପ୍ରତିବର୍ଷ ୧୩ କୋଟି ଟଙ୍କାରୁ ଅଧିକ ଆୟ କରି ପାଞ୍ଚ ବର୍ଷରେ ୧୫୦ କୋଟିରୁ ଅଧିକ ଟଙ୍କାର କମ୍ପାନି ବନିଗଲା।

ଏହା ସମଗ୍ର ଦେଶରେ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କଲାବେଳେ ପ୍ରସିଦ୍ଧ ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ୍‌ ହର୍ମୋସା ଡିଜାଇନ୍ସ ସହ ସହଭାଗୀ ହେବାକୁ ସ୍ଥିର କଲେ ଏବଂ ୨୦୨୦ ମସିହାରେ ପ୍ରାଞ୍ଜଳ କମ୍ପାନି ସହ ମିଶି ସେ ଏକ ସାମଗ୍ରୀ ଲଞ୍ଚ୍‌ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button