ସ୍ଵପ୍ନ ରେ ପାଣି ଦେଖିବା : ଜାଣନ୍ତୁ ଏହାର ଶୁଭ ଓ ଅଶୁଭ ପ୍ରଭାବ

ଏହି ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଯିଏ କି ସ୍ଵପ୍ନ ଦେଖି ନାହିଁ । ସ୍ଵପ୍ନ ମଣିଷର ଏକ କଳ୍ପନା ବି ହୋଇ ପାରେ । ହିନ୍ଦୁ ଧର୍ମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ସ୍ଵପ୍ନର କୌଣସି ନା କୌଣସି ଅର୍ଥ ଥାଏ । ଯଦି ଆପଣ ସ୍ଵପ୍ନରେ ପାଣି ଦେଖୁଛନ୍ତି ତେବେ ଏହାର ଶୁଭ ଏବଂ ଅଶୁଭ ଦୁଇଟି ପରିଣାମ ହୋଇଥାଇ ପାରେ । ତେବେ ଚାଲନ୍ତୁ ଜାଣିବା ସ୍ଵପ୍ନରେ ପାଣି ଦେଖିଲେ ତାହା ର କଣ ଅର୍ଥ ହୋଇଥାଏ।
ସ୍ଵପ୍ନରେ ପାଣି ଦେଖିବା (ବଢି)
ଯେତେବେଳେ ବଢି ଏବଂ ବନ୍ୟା ଆସିଥାଏ ତେବେ ଘରଦ୍ଵାର ସବୁ ଭସାଇ ନେଇ ଯାଇଥାଏ । ଯଦି ଆପଣ ସ୍ଵପ୍ନରେ ବଢି କିମ୍ବା ବନ୍ୟା ଭଳି ଦୃଶ୍ୟକୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ସମସ୍ୟା ଏବଂ ଦୁଃଖର ସମୟ ଆସିବାର ସଙ୍କେତ ଦେଇଥାଏ ।
ବର୍ଷା ପାଣି ର ବୁନ୍ଦା କୁ ଦେଖିବା
ସ୍ଵପ୍ନରେ ବର୍ଷା ପାଣିର ବୁନ୍ଦା ଦେଖା ଦେବା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।
ଦେଖିବା
ଯଦି ଆପଣଙ୍କୁ ସ୍ଵପ୍ନରେ ନଦୀର ପାଣି ଦେଖା ଯାଇଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ସଂକେତ ଅଟେ । ଏହା ଦ୍ଵାରା ଆପଣଙ୍କର ସବୁ ଆଶା ପୂରଣ ହେବାର ଅଛି ।
ସମୁଦ୍ର ପାଣି ଦେଖିବା
ଯଦି ଆପଣଙ୍କୁ ସ୍ଵପ୍ନରେ ସମୁଦ୍ର ପାଣି ଦେଖା ଯାଏ ତେବେ ଏହାର ଅର୍ଥ ଆପଣଙ୍କୁ ଆପଣଙ୍କର ଭୁଲ ଗୁଡିକୁ ଠିକ କରିବାକୁ ପଡିବ ।