IBN ଓଡ଼ିଶା ବ୍ୟୁରୋ

କାହିଁକି ମାନିଥାନ୍ତି କି ଏକା ସାଙ୍ଗରେ ଥାଳିରେ ତିନୋଟି ରୋଟି ପରଶିବା ହୋଇଥାଏ ଅଶୁଭ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହି କଥା ସତ ଅଟେ କି ଯେଉଁ ସ୍ଵାଦ ଘରର ରୋଟିରେ ଅଛି ତାହା ବାହାର ଖାଇବାରେ ମିଳିପାରିବ ନାହିଁ । ଯଦି ବାହାରେ ଖିଆ ଯାଏ ତ କେବଳ ପେଟ ଭରେ ମନ ଭରେ ନାହିଁ । ବର୍ତ୍ତମାନ ଆପଣ ଭାବୁଥିବେ କି ଆମେ ଆଜି ଖାଇବା ପିଇବା ର କଥା କାହିଁକି କହୁଛୁ, କାରଣ ଆମେ ଆଜି ଖାଇବା ପିଇବା କଥା ସମ୍ଭନ୍ଧିତ କିଛି ରହସ୍ୟ ଖୋଲିବାକୁ ଯାଉଛୁ । ଖାଇବା ଥାଳିରେ ରଖା ଯାଉଥିବା ରୋଟିର ଏକ ପ୍ରଥା ଆଜି ବି ଚାଲି ଆସୁଛି । ଚାଲନ୍ତୁ ସେହି ବିଷୟରେ ଜାଣିବା ।

 

ଆପଣ ସମସ୍ତେ ଦେଖିଥିବେ କି ଘରେ ଖାଇବା ଥାଳିରେ ୨ ଟି କିମ୍ବା ୪ ଟି ରୋଟି ବଢାଯାଏ । କିନ୍ତୁ ୩ ଟି ରୋଟି କେବେ ଦିଅନ୍ତି ନାହିଁ କାରଣ ଖାଇବା ଥାଳିରେ ୩ ରୋଟି ଦେବା ଅଶୁଭ ବୋଲି କୁହାଯାଏ । ଯଦି କେଉଁ ପରିସ୍ଥିତିରେ ଆପଣଙ୍କୁ ୩ ଟି ରୋଟି ଦେବାକୁ ପଡେ ତେବେ ଆପଣ ତାହାକୁ ଛିଣ୍ଡାଇ କରି ଦେଇ ପାରିବେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ୩ ଟି ରୋଟି ଖାଇବା ଥାଳି ରେ ରଖିବା କାହିଁକି ଅଶୁଭ ବୋଲି କୁହାଯାଏ ସେହି ବିଷୟରେ କହିବୁ ।

ଯଦି ଆମେ ହିନ୍ଦୁ ଧର୍ମ କୁ ଦେଖିବା ତେବେ ୩ ନମ୍ବର ଟି ଅଶୁଭ ବୋଲି କୁହାଯାଏ । ସବୁ ଶୁଭ କାମ କରିବା ପୂର୍ବରୁ ଏହି ୩ ସଂଖ୍ୟାର ଧ୍ୟାନ ରଖା ଯାଏ । କୌଣସି ଶୁଭ କାମ ପାଇଁ ୩ ଜଣ ବ୍ୟକ୍ତି ଏବଂ ୩ ଟି ବସ୍ତୁ କୁ ନେଇ କରାଯାଏ ନାହିଁ । ସେଥିପାଇଁ ଖାଇବା ଦେଲା ବେଳକୁ ଏହି ନିୟମକୁ ପାଳନ କରିବା ଦରକାର ।

ଏମିତି କୁହାଯାଏ କି ୩ ଟି ରୋଟି କୌଣସି ବ୍ୟକ୍ତିର ନିଧନ ପରେ ତାହାର ୧୩ ଦିନ ସଂସ୍କାର ପୂର୍ବରୁ ବ୍ୟବହାର କରୁଥିବା ଭୋଜନରେ ନିଆ ଯାଇଥାଏ । ତାକୁ ବାହାର କରିବା ସମୟରେ କେହି ଦେଖନ୍ତି ନାହିଁ । ଏହି କାରଣ ଯୋଗୁ ୩ଟି ରୋଟି ଦେବା ମାନେ ମୃତକଙ୍କର ଭୋଜନ ସହ ସମାନ ହୋଇଥାଏ । ସେଥିପାଇଁ କାହାକୁ ବି ୩ ଟି ରୋଟି ଦେବେ ନାହିଁ ।

ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ଏହା ଅନୁସାରେ କୌଣସି ବ୍ଯକ୍ତିର ଭୋଜନରେ 2ଟି ରୁଟି, ଗୋଟେ ଗିନା ଡାଲି, ୫୦ ଗ୍ରାମ ଭାତ, ଏବଂ ଗୋଟେ ଗିନା ପରିବା ତରକାରୀ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ, ଅର୍ଥାତ ଏହା କୁ ହିଁ ଗୋଟେ ବ୍ୟକ୍ତି ପାଇଁ ସନ୍ତୁଳିତ ଆହାର ବୋଲି କୁହାଯାଏ। ତେଣୁ ବୈଜ୍ଞାନିକ ଓ ଧାର୍ମିକ ଦ୍ରୁଷ୍ଟି କୋଣରୁ ତିନୋଟି ରୋଟି କୌଣସି ପ୍ରକାରରୁ ମଧ୍ୟ ଶୁଭ ନୁହେଁ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button