IBN ଓଡ଼ିଶା ବ୍ୟୁରୋ

ଓଟିପି/ପିନ୍‌ ନମ୍ବର ନଥିଲେ, ଆଧାର ନମ୍ବରରେ ତୁରନ୍ତ ଉଠାଇ ହେବ ଟଙ୍କା; ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଧାରକାର୍ଡ ବର୍ତ୍ତମାନ ପ୍ରତ୍ୟେକ ଭାରତୀୟଙ୍କ ପରିଚୟର ସବୁଠାରୁ ବଡ ପ୍ରମାଣ ପାଲଟିଛି। ଏହାକୁ କେବଳ ପରିଚୟ ପତ୍ର ଭାବେ ନୁହେଁ ଟଙ୍କା କାରବାର ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) ଜରିଆରେ ଆପଣ ବ୍ୟାଙ୍‌କ ଆକାଉଣ୍ଟରୁ ଟଙ୍କା ଉଠାଇବା, ଜମା କରିବା ଏବଂ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଭଳି କାମ କରିପାରିବେ।

ଡିଜିଟାଲ କାରବାରକୁ ସରଳ ଓ ସୁରକ୍ଷିତ କରିବା ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଏହି ବ୍ୟବସ୍ଥା ବିକଶିତ କରାଯାଇଛି। ଏଇପିଏସ୍‌ ଆଧାର ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ ଆଧାରିତ। ଏହା ଏକ ବ୍ୟାଙ୍କ ଭିତ୍ତିକ ମଡେଲ, ଯେଉଁଥିରେ ଆଧାର ନମ୍ବର ଏବଂ ଫିଙ୍ଗରପ୍ରିଣ୍ଟ ପ୍ରମାଣୀକରଣ ମାଧ୍ୟମରେ କାରବାର କରାଯାଇପାରିବ। ଏହାର ସବୁଠାରୁ ବଡ ଫାଇଦା ହେଉଛି ଏଥିପାଇଁ ବ୍ୟାଙ୍କ ବିବରଣୀର ଆବଶ୍ୟକତା ନାହିଁ କି ଓଟିପି କିମ୍ବା ପିନ୍‌ ର ଆବଶ୍ୟକତା ମଧ୍ୟ ନାହିଁ। ଆଧାରକାର୍ଡକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବା କରାଯାଇ ଏହି ବ୍ୟବସ୍ଥା ଜରିଆରେ ବିନ କୌଣସି ଅସୁବିଧାରେ କାରବାର ହୋଇପାରିବ।

ଜାଣନ୍ତୁ କିପରି କାରବାର କରିବେ?

ଏଇପିଏସ୍‌ ବ୍ୟବହାର କରିବାକୁ ଆପଣଙ୍କୁ ଏକ ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେଣ୍ଟ କିମ୍ବା ଏକ କମନ୍‌ ସର୍ଭିସ୍‌ ସେଣ୍ଟର ଅପରେଟରଙ୍କ ପାଖକୁ ଯିବାକୁ ପଡ଼ିବ। ଏମାନଙ୍କୁ ବ୍ୟାଙ୍କ ଦ୍ୱାରା ନିଯୁକ୍ତ କରାଯାଇଥାଏ। ଦରକାର ପଡ଼ିଲେ ଏମାନଙ୍କୁ ଘରେ କଲ୍‌ କରି ଡାକି ଆପଣ ସେବାର ଲାଭ ଉଠାଇ ପାରିବେ। ଯେଉଁମାନେ ଗ୍ରାମାଞ୍ଚଳ କିମ୍ବା ଦୁର୍ଗମ ଅଞ୍ଚଳରେ ରହୁଛନ୍ତି ଏବଂ ସେମାନଙ୍କ ପାଖରେ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ନାହିଁ ସେମାନଙ୍କ ପାଇଁ ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ ବିଶେଷ ଉପଯୋଗୀ ଅଟେ। ଏହି ସୁବିଧା ଦ୍ୱାରା ଗ୍ରାହକମାନେ ବ୍ୟାଙ୍କ ଶାଖାକୁ ନଯାଇ ଘରେ ବସି ମୌଳିକ ବ୍ୟାଙ୍କିଙ୍ଗ ସେବା ପାଇପାରିବେ। ଡିଜିଟାଲ ଇଣ୍ଡିଆ ଦିଗରେ ଏଇପିଏସ୍‌ ଏକ ବଡ ପଦକ୍ଷେପ ନେଇଛି, ଯାହା ବ୍ୟାଙ୍କିଙ୍ଗ ସେବାକୁ ସରଳ, ସୁରକ୍ଷିତ ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button