IBN ଓଡ଼ିଶା ବ୍ୟୁରୋ

ଇରାନ ଉପରେ ଇଶ୍ରାଏଲର ଆକ୍ରମଣ

: ଶନିବାର ସକାଳେ ପ୍ରତିଶୋଧ ପରାୟଣ ହୋଇ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଇଶ୍ରାଏଲ ଦାବି କରିଛି ଯେ ଇସ୍ରାଏଲ ଉପରେ ତେହେରାନର ପୂର୍ବ ଆକ୍ରମଣର ପ୍ରତିଶୋଧ ନେଇ ଏହା ସାମରିକ ଲକ୍ଷ୍ୟ ଉପରେ ଆକ୍ରମଣ କରାଯାଇଛି । ତେହେରାନ ଉପରେ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି ସବୁଠି ଭୟର ବାତାବରଣ ଦେଖିବାକୁ ମିଳିଛି ।

ଏଥି ସହିତ ଇସ୍ରାଏଲର ଅଭିଯାନ ସହିତ ପରିଚିତ ଏକ ସୂତ୍ର ଅନୁଯାୟୀ ଇସ୍ରାଏଲ ଇରାନ ଉପରେ ଦ୍ୱିତୀୟ ଥର ଆକ୍ରମଣର କରିଛି । ଏହାପୂର୍ବରୁ ଇରାନର ରାଜ୍ୟ ଗଣମାଧ୍ୟମ ସ୍ଥାନୀୟ ସମୟ ଶନିବାର ସକାଳେ ତେହେରାନରେ ଏକାଧିକ ବିସ୍ଫୋରଣ ହୋଇଥିବା ନେଇ ସୂଚନା ରହିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button