IBN ଓଡ଼ିଶା ବ୍ୟୁରୋ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଆସିଲା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ 23 ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ପ୍ରଥମ ତାଲିକାରେ 48 ଜଣ ପ୍ରାର୍ଥୀ ଏବଂ ଦ୍ୱିତୀୟ ତାଲିକାରେ 23 ଜଣ ପ୍ରାର୍ଥୀଙ୍କ ସହ କଂଗ୍ରେସ ମୋଟ 71 ନାମ ଘୋଷଣା କରିସାରିଛି ।
ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରକାଶିତ ଦ୍ୱିତୀୟ ତାଲିକାରେ ନାଗପୁର ସାଉଥରୁ ଗିରିଶ ପାଣ୍ଡବଙ୍କୁ କଂଗ୍ରେସ ଟିକେଟ ଦେଇଛି। ଏଥି ସହିତ ମୁମ୍ବାଇରେ 3 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିମଧ୍ୟରେ କାନ୍ଦିୱାସି, ଚାରକୋପ ଏବଂ ସାଇନ କୋଲିୱାଡା ଅନ୍ତର୍ଭୁକ୍ତ । ୟଶବନ୍ତ ଜୟପ୍ରକାଶ ସିଂଙ୍କୁ ଚାରକୋପରୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ଏହା ବ୍ୟତୀତ ଗଣେଶ କୁମାର ୟାଦବ ସାଇନ କୋଲିୱାଡା ଆସନରୁ କଂଗ୍ରେସ ପ୍ରାର୍ଥୀ ଅଟନ୍ତି।