ଗରମ ପାଣିରେ ଦୀର୍ଘ ସମୟ ଗାଧୋଇବା କ୍ଷତିକାରକ , ଶୀତ ଦିନରେ ଆପଣ ମଧ୍ୟ କରୁନାହାଁନ୍ତି ତ ଏହି ଭୁଲ
ଋତୁ ପରିବର୍ତ୍ତନ ହେବା ସହିତ ଶରୀରର ଆବଶ୍ୟକତା ମଧ୍ୟ ପରିବର୍ତ୍ତିତ ହୋଇଯାଏ। ଶୀତ ଋତୁରେ ଫ୍ଲୁ କିମ୍ବା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖିବା ବହୁତ ଆବଶ୍ୟକ ଅଟେ। ଏହି ସବୁକିଛି ଜାଣି ମଧ୍ୟ ଲୋକମାନେ ସେମାନଙ୍କ ଶରୀର ସହ ଖେଳିବାରେ ଲାଗି ପଡିଛନ୍ତି। ତେବେ ଆସନ୍ତୁ ଜାଣିବା ଯେ , ଶୀତ ଋତୁରେ ଲୋକମାନେ ଜାଣତରେ କିମ୍ବା ଅଜାଣତରେ କେଉଁ ବଡ଼ ଭୁଲ କରି ବସନ୍ତି।
ଦୀର୍ଘ ସମୟ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇବା:-
ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ , ଶୀତ ଦିନରେ ଗରମ ପାଣିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଧୋଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ଵାରା ଆମ ଶରୀର ଏବଂ ମନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ବାସ୍ତବରେ ଗରମ ପାଣି କେରାଟିନ ନାମକ ଚର୍ମର କୋଷକୁ ନଷ୍ଟ କରିଥାଏ , ଯାହାଦ୍ୱାରା ଚର୍ମ କୁଣ୍ଡେଇବା , ଶୁଖିଲାପଣ ଏବଂ ଲାଲ ଦାଗର ସମସ୍ୟା ବଢି ଯାଇଥାଏ।
ବହୁତ ଅଧିକ ପୋଷାକ:-
ଶୀତ ଋତୁରେ ନିଜକୁ ଗରମ ରଖିବା ଭଲ କଥା ଅଟେ , କିନ୍ତୁ ଅଧିକ ପୋଷାକ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ। ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀର ଅଧିକ ଗରମ ହେବାର ଶିକାର ହୋଇପାରେ। ବାସ୍ତବରେ ଥଣ୍ଡା ଲାଗିବା ଦ୍ୱାରା ଆମର ପ୍ରତିରକ୍ଷା ପ୍ରଣାଳୀ ହ୍ଵାଇଟ ବ୍ଲଡ଼ ସେଲସ (WBC) ତିଆରି କରିଥାଏ , ଯାହା ସଂକ୍ରମଣ ଏବଂ ରୋଗରୁ ଆମକୁ ରକ୍ଷା କରିଥାଏ। ଯେତେବେଳେ କି ଶରୀର ଅଧିକ ଗରମ ହେବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ନିଜ କାମ କରିପାରେ ନାହିଁ।
ଅଧିକ ଖାଇବା:-
ଶୀତ ଋତୁରେ ମଣିଷର ଆବଶ୍ୟକତା ହଠାତ ବଢି ଯାଇଥାଏ ଏବଂ ସେ କିଛି ଚିନ୍ତା ନ କରି ସବୁକିଛି ଖାଇବାକୁ ଲାଗିଥାଏ। ବାସ୍ତବରେ ଥଣ୍ଡା ସହ ମୁକାବିଲା କରିବା ଦ୍ୱାରା ଶରୀରର କ୍ୟାଲୋରୀ ଅଧିକ ଖର୍ଚ୍ଚ ହୋଇଥାଏ , ଯାହାର ଭରଣପୋଷଣ ଆମେ ଡାର୍କ ଚକଲେଟ କିମ୍ବା ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇ କରିଥାଉ। ଏଭଳି ପରିସ୍ଥିତିରେ ଭୋକ ଲାଗିବା ଦ୍ୱାରା କେବଳ ଫାଇବର ଯୁକ୍ତ ପନିପରିବା ଏବଂ ଫଳ ଖାଇବା ଉଚିତ।
କଫି:-
ଶୀତ ଋତୁରେ ଚା କିମ୍ବା କଫି ମାଧ୍ୟମରେ ଶରୀରକୁ ଗରମ ରଖିବାର ଉପାୟ ବହୁତ ଭଲ ହୋଇଥାଏ। କିନ୍ତୁ ଆପଣ ଭୁଲି ଯାଇଛନ୍ତି କି ବହୁତ ଅଧିକ କଫି ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଦିନସାରାରେ ଆପଣଙ୍କୁ ୨ କିମ୍ବା ୩ କପ କଫିରୁ ଅଧିକ ପିଇବା ଉଚିତ ନୁହେଁ।