IBN ଓଡ଼ିଶା ବ୍ୟୁରୋ

ବାନ୍ଦ୍ରା ରେଲୱେ ଷ୍ଟେସନରେ ଟ୍ରେନରେ ଚଢିବାବେଳେ ଦଳାଚକଟା, ୯ ଆହତ

ମୁମ୍ବାଇ: ବାନ୍ଦ୍ରା ରେଲୱେ ଷ୍ଟେସନରେ ଦଳାଚକଟା ଘଟି ୯ ଜଣ ଆହତ ହୋଇଛନ୍ତି । ଷ୍ଟେସନରେ ପ୍ରବଳ ଭିଡ ହେବା କାରଣରୁ ଦଳାଚକଡା ହୋଇଥିଲା । ଆହତ ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୧ନଂ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିବା ଜଣାପଡିଛି । ବାନ୍ଦ୍ରା-ଗୋରଖପୁର ଟ୍ରେନକୁ ଅପେକ୍ଷା ବେଳେ ଏହି ଦଳାଚକଟା ହୋଇଥିବା ସୂଚନା ।

ଭିଡ ଏତେ ଥିଲା ଯେ ପୋଲିସ ମଧ୍ୟ ଭିଡକୁ ନିୟନ୍ତ୍ରଣ କରି ପାରିନଥିଲା । ଘଟଣା ଭୋର ୨ଘଣ୍ଟା ୫ ମିନଟ ସମୟରେ ଘଟିଥିଲା । ବନ୍ଦ୍ରା-ଗୋରଖପୁର ଏକ୍ସପ୍ରେସ (ଟ୍ରେନ ନମ୍ବର-୨୨୯୨୧) ମୁମ୍ବାଇ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଲୋକମାନେ ଏଥିରେ ଚଢିବା ପାଇଁ ଭିଡ ଜମାଇଥିଲେ । ଫଳରେ ଦଳାଚକଡା ହୋଇଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button