IBN ଓଡ଼ିଶା ବ୍ୟୁରୋ

ଭୁଲରେ ସିନ୍ଦୁର ପଡ଼ିଯିବା ଦ୍ଵାରା ମିଳିଥାଏ ଏହି ସଂକେତ ତୁରନ୍ତ କରନ୍ତୁ ଏହି ଉପାୟ,ଭୁଲ ରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ

ଭାରତୀୟ ସଂସ୍କୃତି ରେ କୁମକୁମ ଏବଂ ସିନ୍ଦୁରର ବହୁତ ମହତ୍ୱପୂର୍ଣ ରହିଛି | କୁମକୁମ ଏବଂ ସିନ୍ଦୁର ବିବାହିତ ମହିଳାଙ୍କର ସବୁଠୁ ପ୍ରମୁଖ ଶ୍ରୀଙ୍ଗାର ହୋଇଥାଏ | ଏବଂ ଏହା ସହିତ ମହିଳାଙ୍କ ଗଭୀର ଶ୍ରଦ୍ଧା, ଆସ୍ଥା ଏବଂ ଶ୍ରଦ୍ଧା ଯୋଡି ହୋଇ ରହିଥାଏ | ଏହା ମହିଳାଙ୍କ ମାନ ଏବଂ ସମ୍ମାନ ହୋଇଥାଏ,କିନ୍ତୁ ଅଧିକାଂଶ ମହିଳାଙ୍କୁ ଏହା ଜଣା ନଥାଏ କି କୁମକୁମ ଏବଂ ସିନ୍ଦୁର ଲଗେଇବାର ବିଧି | ଯାହା କି ଆମ ଶାସ୍ତ୍ର ରେ ଲେଖା ହୋଇଛି ଏବଂ ଏହାକୁ ସମସ୍ତ ମହିଳାଙ୍କୁ ପାଳନ କରିବା ଉଚ୍ଚିତ ହୋଇଥାଏ |

ସିନ୍ଦୁର ସ୍ତ୍ରୀର ସବୁଠାରୁ ମହତ୍ୱପୂର୍ଣ ଶ୍ରୀଙ୍ଗାର ଭିତରୁ ଗୋଟିଏ ଅଟେ | ସିନ୍ଦୁର ବିନା ସ୍ତ୍ରୀ ଅଧୁରା ହୋଇଥାଏ, ଏବଂ ଯେଉଁ ସ୍ତ୍ରୀ ର ମଥାରେ ସିନ୍ଦୁର ରହିଥାଏ ତାହାଙ୍କର ସ୍ୱାମୀର ରକ୍ଷା ସ୍ୱୟଂ ମହାଦେବ କରିଥାନ୍ତି | ଶାସ୍ତ୍ର ରେ ସିନ୍ଦୁର କୁ ମା ଗଙ୍ଗାଙ୍କ ରୂପ ବୋଲି ବିଶ୍ୱାସ କରାଯାଏଁ | ସିନ୍ଧୁର ଲଗେଇବା ଦ୍ୱାରା ମୁଣ୍ଡ ଶାନ୍ତ ରହିଥାଏ | ଏହା ମଧ୍ୟ ଅନୁମାନ କରାଯାଏ ଯେ ସିନ୍ଦୁର ଲଗେଇବା ଦ୍ୱାରା ଅନେକ ଖରାପ ଶକ୍ତି ସ୍ତ୍ରୀ ମାନଙ୍କ ଠାରୁ ଦୂରେଇ ରହିଥାନ୍ତି |

ଏହା ମଧ୍ୟ କୁହାଯାଇଛି ଯେ ସ୍ତ୍ରୀ ମାନଙ୍କୁ ସବୁବେଳେ ନିଜ ମଥାରେ ସିନ୍ଦୁର ଲଗେଇବା ଉଚିତ | ବିଶେଷ କରି କରବାଚୌତ ଦିନ ପ୍ରତ୍ୟେକ ସ୍ତ୍ରୀଙ୍କୁ ନିଜ ମଥାରେ ସିନ୍ଦୁର ଲଗେଇବା ଉଚିତ | ଏହି ଦିନ ଯେଉଁ ବି ସ୍ତ୍ରୀ ନିଜ ମଥାରେ ସିନ୍ଧୁର ଲଗାଇ ଏହି ବ୍ରତ କରେ ସେହି ସ୍ତ୍ରୀର ସ୍ୱାମୀର ଆୟୁଷ ବଢିଥାଏ | କିନ୍ତୁ ସିନ୍ଦୁର ଲଗେଇବାର କିଛି ନିୟମ ଅଛି ଏହାକୁ କେମିତି ଲଗେଇବା ଉଚିତ ତାହା ଶାସ୍ତ୍ରରେ କୁହାଯାଇଛି | ଏବଂ ଏହି ସବୁ ନିୟମକୁ ଆପଣମାନେ ଜାଣିନେବ ନିହାତି ଦରକାର | ତେବେ ଆସନ୍ତୁ ଜାଣିବା ସେହି ସବୁ ନିୟମ ବିଷୟରେ | ଏବଂ ଏହା ମଧ୍ୟ ଜାଣିବା କି ମହିଳା ମାନେ ସିନ୍ଧୁର ଲଗେଇବା ସମୟରେ ଭୁଲରେ ସିନ୍ଧୁର ତଳେ ପଡିଯିବାର ଅର୍ଥ କଣ ହୋଇଥାଏ?

ହିନ୍ଦୁ ଧର୍ମରେ ମହିଳା ମାନଙ୍କର ଷୋଳଶୃଙ୍ଗାର ରୁ ସିନ୍ଦୁର ଏବଂ କୁମକୁମକୁ ହିଁ ସବୁଠାରୁ ବେଶୀ ମହତ୍ୱ ଦିଆଯାଇଛି | ଏବଂ ହିନ୍ଦୁ ଧର୍ମରେ କୁମକୁମକୁ ବହୁତ ମହତ୍ୱ ଦିଆଯାଇଛି | ଠାକୁରଙ୍କ ପୂଜାରେ ମଧ୍ୟ କୁମକୁମ ବ୍ୟବହାର କରାଯାଏ ଏବଂ କୋୖଣସି ବି ଶୁଭ କାମ ହେଉ ନା କାହିଁକି ସେଇଥିରେ ମଧ୍ୟ କୁମକୁମକୁ ହିଁ ବେଶୀ ମହତ୍ୱ ଦିଆଯାଇଛି | ଜଣେ ସ୍ତ୍ରୀ ନିଜ ମଥାରେ କୁମକୁମ ଏବଂ ସିନ୍ଦୁର ଲଗେଇବା ଦ୍ୱାରା ସେହି ସ୍ତ୍ରୀର ସ୍ୱାମୀଙ୍କର ଆୟୁଷ ବଢିଥାଏ | ଯାହାର ବିଶ୍ୱାସ ଆଦିମ କାଳରୁ ରହିଆସିଛି |

ହିନ୍ଦୁ ଧର୍ମରେ ବିବାହିତା ମହିଳାଙ୍କୁ କୁମକୁମ ଏବଂ ସିନ୍ଦୁର ଲଗେଇବାର ପରମ୍ପରା ରହିଛି | ଜଣେ ମହିଳା ନିଜ ମଥାରେ କୁମକୁମ ଏବଂ ସିନ୍ଦୁର ଲଗେଇବା ଦ୍ୱାରା ଜଣେ ମହିଳାଙ୍କୁ ଆତ୍ମବିଶ୍ଵାସ ବଢିଥାଏ | ଏବଂ ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ | ଏବଂ ତାଙ୍କ ସ୍ୱାମୀଙ୍କର ଆୟୁଷ ମଧ୍ୟ ଲମ୍ଭା ହୋଇଥାଏ | ସିନ୍ଧୁର ଲଗେଇବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି | ଏହି କାରଣ ହେଉଛି ଏହା କି ସିନ୍ଦୁରରେ ପାରା ଥାଏ ଯେଉଁ କାରଣରୁ ମହିଳା ସିନ୍ଧୁର ନିଜ ମଥାରେ ଲଗେଇବା ଦ୍ୱାରା ତାଙ୍କ ମୁଣ୍ଡ ସବୁବେଳେ ଥଣ୍ଡା ରହିଥାଏ | ଏବଂ ସେ କଠିନରୁ କଠିନ ପରିସ୍ଥିତିକୁ ବି ସାମ୍ନା କରିପାରନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button