ସକାଳ ୮ ପରେ ସ୍ନାନ କରୁଥିବା ଲୋକେ ନିଶ୍ଚୟ ଜାଣି ରଖନ୍ତୁ , ହୋଇଥାଏ ଏପରି ଦୁର୍ଦଶା :-
ଯଦି ଆପଣ ଜୀବନରେ ଅନେକ ସମସ୍ୟା , କଳହ , ଶତ୍ରୁତାର ସାମ୍ନା କରୁଛନ୍ତି , ଧନ ହାନୀର ସାମ୍ନା କରୁଛନ୍ତି ତେବେ ତାହାର ଏକମାତ୍ର କାରଣ ହେଉଛି ଆପଣଙ୍କ ସ୍ନାନ କରିବାର ଅଭ୍ୟାସ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସ୍ନାନ କରିବା ପରେ କେଉଁ କାମ ଭୁଲରେବି କରିବା ଉଚିତ ନୁହେଁ । ନଚେତ ଘରେ ଦାରିଦ୍ର୍ୟତା ଦେଖାଦେବ । ସ୍ନାନ କରିବା ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ସ୍ନାନ କରିଥାଏ ସେ ପୁଣ୍ୟ ଭୋଗି ହୋଇଥାଏ । ତେବେ ଘରର1ମହିଳା ମାନେ ସ୍ନାନ କରିବା ସମୟରେ କିଛି ବିଶେଷ କଥା ପ୍ରତି ଦୃଷ୍ଟି ଦେବା ଉଚିତ ।
୧ . ଯଦି ରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଏବଂ ପାରିବାରିକ କଳହ ଲାଗି ରହୁଛି ତେବେ ଏହାକୁ ସହଜରେ ନନେଇ ନିଜ ସ୍ନାନରେ ଏକ ଉପାୟ ପାଳନ କରନ୍ତୁ । ସ୍ନାନ ସମୟରେ ମହିଳା ମାନେ ସେହି ପାଣିରେ କିଛି ଲୁଣ ମିଶାଇ ସ୍ନାନ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ଏହାବ୍ୟତୀତ ଦାମ୍ପତ୍ୟ କଳହରୁ ମଧ୍ୟ ମୁକ୍ତି ମିଳିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଦିନ ସାରା କାମ କରିବାକୁ ଫୁର୍ତ୍ତି ରହିଥାଏ । ଚର୍ମ ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
୨ .ସ୍ନାନ କରି ସାରିବା ପରେ ପାଦ ଧୋଇବା ଉଚିତ ନୁହେଁ । ସ୍ନାନ ପରେ ଭଗବାନଙ୍କ ପୂଜା କରିବା ଉଚିତ । ଯଦି ଆପଣ ସ୍ନାନ କରି ସାରିବା ପରେ ପୁନର୍ବାର ପାଦ ଧୁଅନ୍ତି ତେବେ ପୁଣିଥରେ ଅପବିତ୍ର ହୋଇ ଯାଆନ୍ତି । ହିନ୍ଦୁ ଧର୍ମରେ ଏହାକୁ ବର୍ଜିତ ମାନା ଯାଇଛି । ହିନ୍ଦୁ ଧର୍ମରେ ପାଦରୁ ମୁଣ୍ଡ ଦିଗରେ ସ୍ନାନ କରିବାର ନିୟମ ରହିଛି ।
୩ . ମନୁଷ୍ୟକୁ ବ୍ରହ୍ମ ମୁହୁର୍ତ୍ତରେ ହିଁ ଅର୍ଥାତ ସୂର୍ଯ୍ୟ ଉଦୟ ହେବାର ଦେଢ଼ ଘଣ୍ଟା ପୂର୍ବରୁ ହିଁ ବିଛଣା ଛାଡ଼ିବା ଉଚିତ । ଏହି ସମୟରେ ବିଛଣା ଛାଡ଼ିବା ଉପଯୁକ୍ତ ହୋଇଥାଏ । ସୂର୍ଯ୍ୟ ଉଦୟ ପରେ ଶୋଇବା ବର୍ଜିତ ହୋଇଥାଏ । ଏହାବ୍ୟତୀତ ସକାଳୁ ଉଠି ହାତର ଦୁଇ ପାପୁଲିକୁ ଦେଖି ଏକ ମନ୍ତ୍ର ଜପ କରିବା ଉଚିତ ।
ଯାହା ଏହିପରି :-
କରାଗ୍ରେ ବସତେ ଲକ୍ଷ୍ମୀ ।
କର ମଧ୍ୟେ ସରସ୍ୱତୀ । କରମୂଳେତୁ ଗୋବିନ୍ଦ । ପ୍ରଭାତେ କର ଦର୍ଶନ ।।
ପ୍ରତ୍ୟେକ ଦିନ ଏହି ତିନି ଦେବଦେବୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ମାତା ଲକ୍ଷ୍ମୀ , ସରସ୍ୱତୀ ଏବଂ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ପୁରା ଦିନର ଦିନ ଚର୍ଯା ଭଲ ହୋଇଥାଏ ଏବଂ ଶରୀରରେ ସକାରାତ୍ମକତା ମଧ୍ୟ ବଜାୟ ରହିଥାଏ ।