IBN ଓଡ଼ିଶା ବ୍ୟୁରୋ

ପୁଣି ସେନା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ, ଆତଙ୍କବାଦୀ ଲୁଚି ରହିଥିବା ସୂଚନା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଖନୁର ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆଜି ଏକ ଆର୍ମି ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରିଛନ୍ତି।

ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରାଯାଉଛି।

ଆଜି ସକାଳେ ଯବାନମାନେ ଏକ ଗାଡ଼ିରେ ଯାଉଥିଲେ। ଅଖନୁର ସେକ୍ଟେରର ବାଟା ଅଞ୍ଚଳରେ ସକାଳ ପ୍ରାୟ ୭ଟା ସମୟରେ ସେନା ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ସୌଭାଗ୍ୟବଶତଃ ଯବାନମାନେ ରକ୍ଷା ପାଇଯାଇଛନ୍ତି।

କିନ୍ତୁ ଆକ୍ରମଣ ପରେ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରି ଦେଇଛନ୍ତି। ଦୀପାବଳି ପାଇଁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାରୁ ଏପରି ହମଲା କରିଛନ୍ତି ଆତଙ୍କବାଦୀ। ଗତ ସପ୍ତାହ ମଧ୍ୟରେ ସୀମାରେ ଆତଙ୍କୀ ହମଲା ବଢି ଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button