ରାଜ୍ୟ

କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ବନ୍ଦ, ଜାଣନ୍ତୁ କେବେ ପାଳିବେ.

ପୁରୀ: ଚଳିତବର୍ଷ ପୁଣିଥରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଛି । ଓଡିଶାରେ ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ ।

ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ । ଅକ୍ଟୋବର ୩୧ ତାରିଖ ଅପରାହ୍ନ ୩.୧୫ ଅର୍ଥାତ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିଲେ ହେଁ ପ୍ରତ୍ୟୁଷ ସମୟକୁ ଅମାବାସ୍ୟା ରହୁନଥିବାରୁ ସେହି ଦିନ କେବଳ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ ।

ତେବେ ନଭେମ୍ବର ୧ ତାରିଖ ଦିନ ଉଭୟ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିବାରୁ ଉକ୍ତ ଦିନ ରାଜ୍ୟରେ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button