IBN ଓଡ଼ିଶା ବ୍ୟୁରୋ

କେଉଁ ନାରୀ ସମାଜରେ ସର୍ବଦା ପ୍ରଶଂସା ପାଏ, ଆସନ୍ତୁ ଜାଣିବା

ଗୃହସକ୍ତସ୍ୟ ନୋ ବିଦ୍ୟା ନୋ ଦୟା ମାଂସ ଭୋଜିନଃ।
ଦ୍ରବ୍ୟ ଲୁବଧସ୍ୟ ନୋ ସତ୍ୟଂ ସ୍ତ୍ରୋଣସ୍ୟ ନ ପବିତ୍ରତା।।

ଏହାର ଅର୍ଥ ହେଉଛି ସର୍ବଦା ଗୃହ ପ୍ରତି ଆକୃଷ୍ଟ ବ୍ୟକ୍ତି ଠାରେ ବିଦ୍ୟା, ମାଂସ ଖାଉଥିବା ବ୍ୟକ୍ତି ଠାରେ ଦୟା,ଲୋଭୀ ପକ୍ଷରେ ସତ୍ୟ କହିବା ଏବଂ କାମୁକ ବ୍ୟକ୍ତି ଠାରେ ପବିତ୍ରତା ଦେଖା ଯାଏ ନାହିଁ।

ଦ୍ଵିତୀୟ ଶ୍ଳୋକ ଟି ହେଉଛି –

ଘୃତକୁମ୍ଭ ସମା ନାରୀ ତତ୍ପଙ୍ଗାର ସମଃ ପୁମାନ।
ତସ୍ମାତ୍ ଘୃତମ ଚ ବହ୍ନିଂ ଚ ନୈକତ୍ର ସ୍ଥାପୟେତ ବୁଧଃ।।

ଏହାର ଅର୍ଥ ହେଉଛି ନାରୀ କୁ ଘୃତ ପୂର୍ଣ୍ଣ କୁମ୍ଭ ଏବଂ ଜଳନ୍ତା ଅଙ୍ଗାର ସହିତ ତୁଳନା କରାଯାଏ। ଘିଅକୁ ନିଆଁ ପାଖରେ ରଖିଲେ ତରଳି ଯାଏ। ତେଣୁ ନାରୀ ଏବଂ ପୁରୁଷକୁ ଏକାନ୍ତରେ ରଖିବା ଅନୁଚିତ।

ତୃତୀୟ ଶ୍ଳୋକଟି ହେଉଛି –

ଚଳତୈକେନ ପାଦେନ ତିଷ୍କ ତୈକେନ ବୁଦ୍ଧିମାନ ।
ମା ସ୍ଵାମିକ୍ଷ ପରଂ ସ୍ଥାନ ପୂର୍ବ ମୟତନଂ ତାଜେତ୍।।

ଏହାର ଅର୍ଥ ହେଉଛି ବୁଦ୍ଧିମାନ ବ୍ୟକ୍ତି ଗୋଟିଏ ପାଦ ପଛକୁ ରଖି ଅନ୍ୟ ପାଦକୁ ଆଗକୁ ବଢେଇ ଥାଏ । ସେହିପରି ଅନ୍ୟ ଆଶ୍ରିତ ସ୍ଥାନ ନଦେଖି ପୂର୍ବ ଆଶ୍ରିତ ସ୍ଥାନକୁ ତ୍ୟାଗ କରିବା ଅନୁଚିତ। ଯେଉଁ ବ୍ୟକ୍ତି ଏଭଳି କରିଥାଏ ସେ ସର୍ବଦା ସମସ୍ୟାର ସମ୍ମୁଖୀନ ହୋଇଥାଏ।

ଚତୁର୍ଥ ଶ୍ଳୋକ ହେଉଛି –

ଚିନ୍ତାଜ୍ୱରୋ ମନୁଷ୍ୟାଣାଂ ବସ୍ତ୍ରାଣାମ ତପୋ ଜ୍ୱରଃ।
ଆସୌଭାଗ୍ୟ ଜ୍ୱରଃ ସ୍ତ୍ରୀଣାଂ ଅଶ୍ୱାନାଂ ବନ୍ଧନଂ ଜ୍ଵରଃ।।

ଏହାର ଅର୍ଥ ହେଉଛି ମଣିଷର ଚିନ୍ତା , ବସ୍ତ୍ରର ଖରା, ନାରୀର ବୈଧବ୍ୟ ଏବଂ ଘୋଡ଼ାର ବନ୍ଧନକୁ ଜ୍ଵର ସହିତ ତୁଳନା କରା ଯାଏ। କାରଣ ଚିନ୍ତା ଦ୍ୱାରା,ଖରା ଦ୍ୱାରା ବସ୍ତ୍ରର , ସ୍ବାମୀର ମୃତ୍ୟୁ ଦ୍ୱାରା ନାରୀର ଏବଂ ବନ୍ଧନ ଦ୍ୱାରା ଅଶ୍ଵର କ୍ଷତି ଘଟି ଥାଏ।

Google

ପଞ୍ଚମ ଶ୍ଳୋକଟି ହେଉଛି –

ଜୀର୍ଣ୍ଣମନଂ ପ୍ରସଂଶନ୍ତି ଭାର୍ଯ୍ୟା ତ ଗତ ଯୌବନମ୍ ।
ରଣାତ୍ ପ୍ରତ୍ୟାଗତଂ ଶୁଭଂ ଶସ୍ୟଂ ଚ ଗୃହମାଗତମ୍ ।।

ଏହାର ଅର୍ଥ ହେଉଛି ଭୋଜନ ପରେ ଯେଉଁ ଅନ୍ନ ସହଜରେ ହଜମ ହୁଏ ଲୋକେ ତାକୁ ଉତ୍ତମ ଅନ୍ନ କହି ପ୍ରଶଂସା କରନ୍ତି। ସେହିଭଳି ଯୌବନ ଅତିକ୍ରମ କରିଥିବା ପତ୍ନୀ , ଯୁଦ୍ଧରୁ ବିଜୟ ହୋଇ ଫେରି ଥିବା ବୀର, କୃଷି କ୍ଷେତ୍ରରୁ ଆସି ଘରେ ସୁରକ୍ଷିତ ହୋଇ ପାରୁ ଥିବା ଶସ୍ୟ କୁ ସମସ୍ତେ ପ୍ରଶଂସା କରି ଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button