IBN ଓଡ଼ିଶା ବ୍ୟୁରୋ

ରିଙ୍କୁ ସିଂଙ୍କ ନୂଆ ଅନ୍ଦାଜ, ହାତରେ କଲେ ଟାଟୁ; ରହିଛି ଏହି ଖାସ୍‌ କନେକ୍ସନ

ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ନିଜ ବାମ ହାତରେ ଏକ ଟାଟୁ କରିଛନ୍ତି । ଏହି ଟାଟୁରେ ଲେଖା ହୋଇଛି, ‘ଗଡ୍‌ସ ପ୍ଲାନ୍‌’ । କହି ରଖୁଛୁ ଯେ ରିଙ୍କୁ ସିଂ ‘ଗଡ୍‌ସ ପ୍ଲାନ୍‌’ ଶବ୍ଦକୁ ଅନେକ ଥର ଆଇପିଏଲ୍‌ ୨୦୨୪ ଜିତିବା ପରେ ବ୍ୟବହାର କରିଥିଲେ ।

ଏହି ଶବ୍ଦକୁ ରିଙ୍କୁ ୟଶ୍‌ ଦୟାଲଙ୍କ ପାଇଁ ମଧ୍ୟ ବ୍ୟବହାର କରିଥିଲେ ।

ଏହି ବାମହାତୀ ଦ୍ରୁତ ବୋଲର ଯେବେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଇପିଏଲ୍‌ ୨୦୨୪ର ଫ୍ଲେଅଫ୍‌ରେ ପହଞ୍ଚାଇଥିଲେ, ସେତେବେଳେ ରିଙ୍କୁ ସିଂ ‘ଗଡ୍‌ସ ପ୍ଲାନ୍‌’ ଶବ୍ଦ ବ୍ୟବହାର କରିଥିଲେ ।

ସେପଟେ ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଲିଗଡ଼ର ଏହି ବ୍ୟାଟ୍ସମ୍ୟାନଙ୍କୁ ଅନେକ ଥର ଉକ୍ତ ଶବ୍ଦକୁ ନେଇ ଚିଡ଼ାଇଛନ୍ତି ।

ରିଙ୍କୁ ସିଂ ଶେଷ ଥର ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ରେ ଭାରତ ପାଇଁ ଖେଳିଥିଲେ । ଯଦିଓ ସେ ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ରିଙ୍କୁ ନିଜ କ୍ୟାରିୟରରେ ଏ ପର୍ଯ୍ୟନ୍ତ ୨୩ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ।

ଏବେ ରିଙ୍କୁ ବାଂଲାଦେଶ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିିରିଜ୍‌ ଖେଳିବେ । ଏହି ସିରିଜ୍‌ ଅକ୍ଟୋବର ୬ରୁ ଆରମ୍ଭ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button