IBN ଓଡ଼ିଶା ବ୍ୟୁରୋ

ଅଳତାର ବ୍ୟବହାର କିପରି ହେଲେ ଦୂର ହୋଇଥାଏ ଗ୍ରହ ଦୋଷ ଓ ଦୁଃଖ ଦୁର୍ଦଶା, ଘରେ ହୋଇଥାଏ ଧନର ବର୍ଷା

ବନ୍ଧୁଗଣ, ଅଳତା ଏହା ଏକ ସର୍ବୋଚ୍ଚ ଏବଂ ସର୍ବଶ୍ରେଷ୍ଠ ଶ୍ରୀଙ୍ଗାର ଅଟେ । ମହିଳା ମାନଙ୍କ ୧୬ ଶ୍ରୀଙ୍ଗାର ମଧ୍ୟରୁ ଏହା ଏକ ଉଚ୍ଚ କୋଟୀର ଶ୍ରୀଙ୍ଗାର ହୋଇଥାଏ । ଏହା କେବଳ ମହିଳା ମାନଙ୍କ ପଦାକୁ ସୁନ୍ଦର କରିନଥାଏ ବରଂ ଏହା ଅନେକ ରୋଗରୁ ମଧ୍ୟ ରକ୍ଷା କରିବା ସଙ୍ଗେ ସଙ୍ଗେ ମାତା ଲକ୍ଷ୍ମୀ ଙ୍କୁ ମଧ୍ୟ ସନ୍ତୁଷ୍ଠ କରିଥାଏ ।

ଏହା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ସଙ୍ଗେ ସଙ୍ଗେ ଧନର ବର୍ଷା ମଧ୍ୟ ହୋଇଥାଏ । ଆପଣ ପୌରାଣିକ କଥା ମାନ ଜାଣିଥିବେ ସେଥିରେ ଦେବୀମାନେ ଅଳତା ପିନ୍ଧି ଥିବାର ଆପଣ ମାନେ ଦେଖିଥିବେ । ମାତା ଲକ୍ଷ୍ମୀଙ୍କର ଅଳତା କୁ ନେଇ ଏକ ନାମ ମଧ୍ୟ ଅଛି ତାହା ହେଉଛି ରକ୍ତ ଚରଣ ।

ରୀ ଝିଅ ମାନଙ୍କୁ ମାତା ଗୌରୀ ବୋଲି ସମ୍ବନ୍ଧନା ଦେଇଥାନ୍ତି । ବିବାହ ପରେ ଗୃହ ଲକ୍ଷ୍ମୀ ବୋଲି କହିଥାନ୍ତି । ମାତା ଲକ୍ଷ୍ମୀ ଙ୍କର ପାଦ ଯେପରି ଖାଲି ନଥାଏ ଠିକ ସେହିପରି ବିବାହିତା ମହିଳା ମଧ୍ୟ ତାଙ୍କ ପାଦ କୁ ଖାଲି ରଖିବା ଉଚିତ ହୋଇ ନଥାଏ । ବିବାହିତା ମହିଳା ମାନଙ୍କୁ ସଦାସର୍ବଦା ଅଳତାର ଶୃଙ୍ଗାର କରିବା ଆବଶ୍ୟକ । ମାତ୍ର ବର୍ତ୍ତମାନ ସହରାଞ୍ଚଳ ମାନଙ୍କରେ ଏ ସବୁ ଦେଖିବାକୁ ମିଳୁନାହିଁ । କିନ୍ତୁ ଗ୍ରାମାଞ୍ଚଳ ମାନଙ୍କରେ ଏହା ଦେଖିବାକୁ ମିଳିଥାଏ ।

ମାତ୍ର ଏହାର ବିଧି ବିଧାନ ସମସ୍ତଙ୍କୁ ଜଣା ନଥାଏ । ମହିଳା ତଥା କୁମାରୀ ମାନେ କୌଣସି ପର୍ବପର୍ବାଣି ହେଲେ ଅଳତା ପିନ୍ଧିଥାନ୍ତି । ମାତ୍ର ଅନ୍ୟ ସମୟରେ ପାଦ କୁ ଖାଲି ରଖିଥାନ୍ତି । କିନ୍ତୁ ଏପରି କରିବା ଆଦୌ ଉଚିତ ନୁହେଁ । କାରଣ ପ୍ରତ୍ୟକ ଘରେ ରାହୁ ଗ୍ରହ ଙ୍କର ଖରାପ ଦୃଷ୍ଟି ଯୋଗୁ ନାନା ପ୍ରକାରର ସମସ୍ୟା ଉପୁଜିଥାଏ । ମାତ୍ର ରାହୁ ଗ୍ରହ କୁ କେବଳ ଗୋଟିଏ ଜିନିଷ ଶାନ୍ତ କରିଥାଏ ତାହା ହେଉଛି ମାତା ଲକ୍ଷ୍ମୀ ଙ୍କ ପାଦ ।

ଏଣୁ ଅଳତା ପିନ୍ଧିଥିବା ଲାଲ ରଙ୍ଗର ପାଦ କୁ ଦେଖିଲେ ରାହୁ ଶାନ୍ତ ହୋଇଥାଏ । ଏହା ମଧ୍ୟ ବିଧି ରହିଅଛି ଯେ ବିବାହ କରି ଆସିଥିବା ବୋଧୂ ଘରର ଶାଶୁ ନଣନ୍ଦ ଙ୍କ ସମେତ ସମସ୍ତ ମହିଳା ମାନଙ୍କୁ ନିଜର ନିତ୍ୟକର୍ମ ସାରି ଅଳତା ଲଗାଇ ଦେଇଥାଏ । ଏହାପରେ ପ୍ରଣାମ କରି ସେମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥାନ୍ତି । ଏବଂ ଏହାପରେ ନିଜେ ନିଜ ପାଦରେ ଅଳତା ଲଗାଇଥାନ୍ତି ।

ଏହା ଦ୍ଵାରା ଆପଣଙ୍କ ଗୃହ କୁ କେବେ ମଧ୍ୟ ଅଶାନ୍ତି ଆସି ନଥାଏ । ବରଂ ମାତା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ଆପଣଙ୍କ ଘରେ ପଡିଥାଏ । ଏହା ସହିତ ଗୃହକୁ ସକାରତ୍ମକ ଊର୍ଜାର ପ୍ରବେଶ ମଧ୍ୟ ହୋଇଥାଏ । ଏହା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଆପଣଙ୍କ ଘରେ ଧନର ବର୍ଷା ମଧ୍ୟ ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button