ଦେଶ

ୟୁକ୍ରେନରେ ଭାରତୀୟ ଛାତ୍ର ରୋଷର ଶିକାର: ଦିନକୁ ଦିନ ଖରାପ ହେଉଛି ସ୍ଥିତି – Ibnodisha

[ad_1]

ଭୋପାଳ: ୟୁକ୍ରେନ-ରୁଷ୍ ଯୁଦ୍ଧ ପରେ ୟୁକ୍ରେନକୁ ପାଠ ପଢ଼ିବା ପାଇଁ ଯାଇଥିବା ଭାରତୀୟ ଛାତ୍ରଙ୍କ ସଙ୍କଟ ଦୂର ହେଉନାହିଁ। ସେଠାରେ ଭାରତୀୟ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଲୋକଙ୍କର ରୋଷର ଶିକାର ହେଉଛନ୍ତି। ଯେଉଁ ଲୋକମାନେ ଭାବୁଛନ୍ତି ଯେ ଯୁଦ୍ଧରେ ରୁଷ୍‌କୁ ଭାରତ ସମର୍ଥନ କରୁଛି ସେମାନେ ଭାରତୀୟ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି। ଗତ ଜୁନରେ ରୁଷ ସେନାକୁ ପ୍ରତିହତ କରିବା ପାଇଁ ୟୁକ୍ରେନ ଏହାର ଆକ୍ରମଣକୁ ଜୋରଦାର୍‌ କରିବା ପରଠାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି। ସେଠାକାର ସ୍ଥାନୀୟ ଲୋକେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ ଛାଡ଼ି ପଳାଇବା ପାଇଁ କହୁଛନ୍ତି। ଗତ ୮ ସପ୍ତାହ ମଧ୍ୟରେ ଏହି ସ୍ଥିତି ଅଧିକ ଖରାପ ହୋଇଛି ବୋଲି ଜଣେ ଛାତ୍ର କହିଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିୟମିତ ଭାବେ ଏ ନେଇ ଲେଖୁଛନ୍ତି। ସେମାନଙ୍କୁ ଅନ୍ୟ କୌଣସି ଦେଶର ବିଶ୍ବବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ଏହାର କୌଣସି ସୁଫଳ ମିଳୁନାହିଁ।
ରୁଷ୍‌ ଆକ୍ରମଣ କରିବା ପରେ ୟୁକ୍ରେନରୁ ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀଙ୍କୁ ନିଜ ଦେଶକୁ ପଠାଇ ଦିଆଯାଇଥିଲା। ସେମାନେ ଆଶା ରଖିଥିଲେ ଭାରତରେ କିମ୍ବା ଅନ୍ୟ କୌଣସି ବିଦେଶୀ ବିଶ୍ବବିଦ୍ୟାଳୟରେ ପଢ଼ିବା ସୁଯୋଗ ପାଇବେ। କିନ୍ତୁ ଏହି ସୁବିଧା ମିଳିଲା ନାହିଁ। ଯୁଦ୍ଧ ଭୟ ସତ୍ତ୍ବେ ପାଠପଢ଼ା ଶେଷ କରିବା ପାଇଁ ୨୦୨୩ ଜାନୁଆରିରୁ ୟୁକ୍ରେନକୁ ପ୍ରାୟ ୩୪୦୦ ଛାତ୍ରଛାତ୍ରୀ ଫେରି ଯାଇଛନ୍ତି।

ନ୍ୟାସନାଲ ମେଡିକାଲ କାଉନସିଲ (ଏନଏମସି)ର ମାର୍ଗଦର୍ଶିକା ଅନୁଯାୟୀ, ୨୦୨୧ ଡିସେମ୍ବର ପରେ ଯେଉଁ ଛାତ୍ରଛାତ୍ରୀ ବିଦେଶରେ ପଢ଼ୁଛନ୍ତି ଅନ୍ୟ କୌଣସି ବିଶ୍ବବିଦ୍ୟାଳୟକୁ ସେମାନଙ୍କ ଟ୍ରାନ୍ସଫର ହୋଇପାରିବ ନାହିଁ। ଏଥିପାଇଁ ୟୁକ୍ରେନକୁ ପାଠ ପଢ଼ିବା ପାଇଁ କେତେକ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ପଡ଼ିଛି ବୋଲି ଜଣେ ଛାତ୍ର କହିଛନ୍ତି। ଯୁଦ୍ଧ ଅବଧି ବଢ଼ି ବଢ଼ି ଚାଲିଥିବାବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କ ବିରୋଧରେ ଲୋକଙ୍କ ରାଗ ବଢ଼ୁଛି। ୟୁକ୍ରେନର ଲୋକମାନେ କହୁଛନ୍ତି ତୁମେ ଭାରତୀୟମାନେ ରୁଷ୍‌ର ଭଲ ବନ୍ଧୁ। ଭାରତୀୟ ଛାତ୍ରମାନେ ୟୁକ୍ରେନ ଛାଡ଼ନ୍ତୁ ବୋଲି ସେମାନେ ଚାହୁଛନ୍ତି। ‌‌ଅନେକ ସମୟରେ ଦୋକାନୀ ମଧ୍ୟ ଆମକୁ ସାମଗ୍ରୀ ବିକ୍ରି କରୁନାହାନ୍ତି। ହଷ୍ଟେଲରେ ମଧ୍ୟ ଆମେ ସମାନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛୁ। କର୍ମଚାରୀମାନେ ବି ଆମ ସହ ଭଲ ବ୍ୟବହାର କରୁନାହାନ୍ତି।

ଅନ୍ୟ ଜଣେ ଛାତ୍ର କହିଛନ୍ତି, କେତେବେଳେ ଆମକୁ ପାଣି ମିଳୁନାହିଁ ତ ଆଉ କେତେବେଳେ ବିଜୁଳି କାଟି ଦିଆଯାଉଛି। କେତେବେ‌ଳେ ରୋଷେଇ ଘର ଆମ ପାଇଁ ବନ୍ଦ ରହୁଛି। ଆମେ କିଭଳି ବଞ୍ଚିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଆମେ ଏଠାରେ ରହିଛୁ ବୋଲି ସେ କହିଛନ୍ତି।
ଯୁଦ୍ଧ ସାଇରନ ଯେତେବେଳେ ବାଜୁଛି ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ପଡ଼ୁଛନ୍ତି। ଆମେ ସବୁବେଳେ ଭୟରେ ରହୁଛୁ। ଭାରତରେ ଆମ ପରିବାର ମଧ୍ୟ ଭୟରେ ରହୁଛନ୍ତି। ସାଇରନ ବାରମ୍ବାର ବାଜୁଥିବାରୁ ଆମେ ପାଠ ପଢ଼ିପାରୁନାହୁଁ। ତେଣୁ ଅନ୍ୟ କୌଣସି ଦେଶର ବିଶ୍ବବିଦ୍ୟାଳୟରେ ପଢ଼ିବାର ଅନୁମତି ଦିଆଯାଉ ବୋଲି ସରକାରଙ୍କ ନିକଟରେ ସେମାନେ ଦାବି କରିଛନ୍ତି। ଆମେ ସରକାରଙ୍କ ନିକଟରୁ କୌଣସି ଅର୍ଥ ଦାବି କରୁନାହୁଁ ବୋଲି ଜଣେ ଛାତ୍ର କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button