ଦେଶ

ନିର୍ଜନ ଦ୍ବୀପର ରାଜା ! ଫ୍ଲାଟ୍‌ ହୋମ୍‌ର ଏକମାତ୍ର ବାସିନ୍ଦା ସାଇମନ୍‌ – Ibnodisha

[ad_1]

ଗ୍ରେଟ୍‌ ବ୍ରିଟେନ୍‌ ଅନ୍ତର୍ଗତ ବ୍ରିଷ୍ଟଲ ଚ୍ୟାନେଲ୍‌ର କାର୍ଡିଫ୍‌ ଉପକୂଳରୁ ୪ ମାଇଲ୍‌ ଦୂରରେ ରହିଛି ଏକ ଭିନ୍ନ ପୃଥିବୀ। ଫ୍ଲାଟ୍‌ ହୋମ୍‌ ନାମକ ଏହି ନିର୍ଜନ ଦ୍ବୀପର ଏକମାତ୍ର ବାସିନ୍ଦା ହେଉଛନ୍ତି ସାଇମନ୍‌ ପାର୍କର ନାମକ ଜଣେ ୩୮ ବର୍ଷୀୟ ଇଞ୍ଜିନିଅର। ବ୍ରିଟିସ ବାୟୁସେନାରେ ଜଣେ ଏୟାରକ୍ରାଫ୍‌ଟ ଇଞ୍ଜିନିଅର ଭାବେ କାମ କରୁଥିବା ପାର୍କର ପରିସ୍ଥିତି ଚକ୍ରରେ ପଡ଼ି ଏହି ଦ୍ବୀପର ଅଘୋଷିତ ସମ୍ରାଟ ହୋଇଯାଇଛନ୍ତି। ପରିତ୍ୟକ୍ତ ହୋଇ ପଡ଼ିଥିବା ଏହି ଦ୍ବୀପଟି ଏକଦା ଇତିହାସ ଓ ବନ୍ୟସମ୍ପଦର ଗନ୍ତାଘର ଥିଲା। ୫୦୦ରୁ ୧୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ସନ୍ନ୍ୟାସୀମାନଙ୍କର ଅବସର ବିନୋଦନ କେନ୍ଦ୍ର ଥିଲା।

ଏହା ପରେ ଦ୍ବୀପଟି ବିଭିନ୍ନ ଦେଶର ଶରଣାର୍ଥୀ, ଖଣି ଶ୍ରମିକ, ଚୋରା ବେପାରୀ ଓ ହଇଜା ପୀଡ଼ିତଙ୍କ ବାସସ୍ଥଳୀ ପାଲଟିଥିଲା। ରାଣୀ ଭିକ୍ଟୋରିଆଙ୍କ ଶାସନ କାଳ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳକୁ ଏହି ଦ୍ବୀପଟି ପ୍ରଖ୍ୟାତ ହୋଇଥିଲା ଏବଂ ପରେ ସଂପୂର୍ଣ୍ଣ ପରିତ୍ୟକ୍ତ ହୋଇପଡ଼ିଥିଲା। ଜଣେ ଅନ୍ତରଙ୍ଗ ବନ୍ଧୁଙ୍କର ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିବା ସାଇମନ୍‌ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ପାଇଁ ଉକ୍ତ ଦ୍ବୀପରେ ପହଞ୍ଚିଥିଲେ ଏବଂ ତାହା ନିଜ ମନପସନ୍ଦର ବାସସ୍ଥଳୀ ନୁହେଁ ବୋଲି ଅନୁଭବ କରିଥିଲେ। ପ୍ରଥମ ଛଅ ମାସର ରହଣି ଭିତରେ ଉକ୍ତ ଦ୍ବୀପ, ତାହାର ବନ୍ୟଜନ୍ତୁ ଏବଂ ପରିବର୍ତ୍ତିତ ପରିସ୍ଥିତିରେ ନିଜ ବିଷୟରେ ସେ ଅନେକ କଥା ଶିଖିଥିଲେ। ଅଜଣା ପକ୍ଷୀମାନଙ୍କର କାକଳି ତାଙ୍କୁ ଶିହରିତ କରିଥିଲା ଏବଂ ସେ ଉକ୍ତ ଦ୍ବୀପ ପ୍ରତି ଆକର୍ଷିତ ହୋଇ ନିଜ ହାତରେ ତାହାର ପୁନଃନିର୍ମାଣ କରିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ କାମ ଥିଲା ବର୍ଷା ଜଳ ସଂରକ୍ଷଣ କରି ପାନୀୟ ରୂପରେ ବ୍ୟବହାର କରିବା। ଏବେ ସେଠାରେ ସେ ନିଜର କୃଷିକ୍ଷେତ୍ର ସାଙ୍ଗକୁ ପର୍ଯ୍ୟଟକମାନଙ୍କ ପାଇଁ ‘ଗଲ୍‌ ଆଣ୍ଡ୍‌ ଲିକ୍‌’ ନାମକ ଏକ ପାନ୍ଥଶାଳା ଗଢ଼ିପାରିଛନ୍ତି ଯେଉଁଠି ବିଭିନ୍ନ ପ୍ରକାର ନାମୀ ସୁରା ସାଙ୍ଗକୁ ଭୋଜନର ବ୍ୟବସ୍ଥା ରହିଛି। ସେ ଏକା ଏକା ତାହାର ପରିଚାଳନା କରିବା ସହ ପର୍ଯ୍ୟଟକମାନଙ୍କୁ ଉକ୍ତ ଦ୍ବୀପ ବୁଲାଇବାର କାମ କରୁଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button