IBN ଓଡ଼ିଶା ବ୍ୟୁରୋ

ଗିରିଗୋବର୍ଦ୍ଧନ ପୂଜାର ମହତ୍ତ୍ୱ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଗିରିଗୋବର୍ଦ୍ଧନ ପୂଜା କରାଯାଏ। ଦୀପାବଳିର ଠିକ୍ ପର ଦିନ ଗିରିଗୋବର୍ଦ୍ଧନ ପୂଜା ପାଳନ କରାଯାଏ। କିଛି ଲୋକ ଏହି ଦିନଟିକୁ ଅନ୍ନକୁଟ ନାମରେ ଜାଣନ୍ତି। ଅନ୍ନକୁଟ ଶବ୍ଦର ଅର୍ଥ ହେଉଛି ଅନ୍ନ ସମୂହ। ଏହି ଦିନ ବିଭିନ୍ନ ପ୍ରକାର ଅନ୍ନ ଭଗବାନ କୃଷ୍ଣଙ୍କ ନିକଟରେ ସମର୍ପଣ କରାଯାଇ ବିତରଣ କରାଯାଏ।

ତେଣୁ ଏହି ଦିନଟିକୁ ଅନ୍ନକୁଟ ରୂପେ ପାଳନ କରାଯାଏ।
ପୌରାଣିକ ବିଷୟ ବସ୍ତୁ ଅନୁଯାୟୀ, ଏହି ଦିନ ଭଗବାନ କୃଷ୍ଣ ଏକ ଭୟଙ୍କର ବର୍ଷାରୁ ବୃନ୍ଦାବନବାସୀଙ୍କୁ ବଞ୍ଚାଇବା ପାଇଁ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ। ସେହି ଦିନରୁ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗୋବର୍ଦ୍ଧନ ପୂଜା କରାଯାଏ ।
ଏହି ଦିନ ସଂଧ୍ୟା ସମୟରେ ବିଶେଷ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରାଯାଏ। ହିନ୍ଦୁ ଧର୍ମାବଲମ୍ବୀମାନେ ଘରର ଅଗଣାରେ ଗାଈ ଓ ଗୋବରରେ ଗୋବର୍ଦ୍ଧନ ନାଥଙ୍କ ପ୍ରତିଛବି ବା ମୂର୍ତ୍ତି ତିଆରି କରି ପୂଜା କରାଯାଏ। ଏହା ପରେ ଗିରିରାଜ ଭଗବାନ(ପର୍ବତ)କୁ ପ୍ରସନ୍ନ କରିବା ପାଇଁ ଅନ୍ନକୁଟ ଭୋଗ ଲଗାଇଥାଆନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button