IBN ଓଡ଼ିଶା ବ୍ୟୁରୋ

ଖାନନଗର ପାର୍କରେ ସ୍ଥାପନ ହେଲା ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି

ଣମାଧ୍ୟମରେ ଖବର ପ୍ରସାରଣ ପରେ କଟକ ମହାନଗର ନିଗମର ଚେତା ପଶିଲା। ବୈଷ୍ଣବ ପାଣି ପାର୍କରେ ପୁନଃ ସ୍ଥାପନ ହେଲା ଭିକାରି ବଳଙ୍କ ପ୍ରତିମୂର୍ତ୍ତୀ।ସିଏମସିର ଏକ ପ୍ରତିନିଧି ମଣ୍ଡଳୀ, ବିଧାୟକ ଓ ଭଜନ ସମ୍ରାଟଙ୍କ ପରିବାର ଵର୍ଗଙ୍କ ଉପସ୍ଥିତିରେ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ଖାନନଗର ପାର୍କରେ ଅବସ୍ଥାପିତ ହୋଇଥିଲା।

କିନ୍ତୁ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ହେବା ଏବଂ ସମ୍ମୁଖ ରାସ୍ତା ୬ ଲେନ ସମ୍ପ୍ରସାରଣ କାର୍ଯ ହେବା ଦ୍ବାରା ସଂପୃକ୍ତ ପାର୍କ ଉଛେଦ ହେବା ପରେ,ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ବିକାଶ ଭବନରେ ରଖାଯାଇଥିଲା। ରାସ୍ତାକାମ ଚାଲିଥିବାରୁ ଦୀର୍ଘ ଦିନ ଧରି ଏହି ପ୍ରତିମୂର୍ତ୍ତି ପୁନଃ ସ୍ଥାପିତ ହୋଇ ପାରିନଥିଲା। ଶେଷରେ ଶୁକ୍ରବାର ସିଏମସି ତରଫରୁ ଭିକାରି ବଳଙ୍କର ପୂର୍ଣ୍ଣାବୟବ ମୂର୍ତ୍ତି ଖାନ ନଗରସ୍ଥିତ ବୈଷ୍ଣବ ପାଣି ପାର୍କରେ ପୁନଃ ସ୍ଥାପନ କରାଯାଇଛି। ଏହି ଅବସରରେ ଭିକାରି ବଳଙ୍କ ପୁଅ ଭଜନ ସମ୍ରାଟଙ୍କୁ ମରୋଣତ୍ତର ଭାବେ ପଦ୍ମ ସମ୍ମାନରେ ସମ୍ମାନୀତ କରିବାକୁ ଦାବି କରିବା ସହ ଭିକାରି ବଳଙ୍କ ସ୍ମୃତି ରକ୍ଷା ପାଇଁ କଟକରେ ଏକ ଆଧ୍ୟାତ୍ମିକ ପାର୍କ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button