IBN ଓଡ଼ିଶା ବ୍ୟୁରୋ

ଭାରତୀୟ କ୍ରିକେଟ ତାରକା କେ.ଏଲ ରାହୁଲ ବାପା ହେବାକୁ ଯାଉଛନ୍ତି

ଟିମ ଇଣ୍ଡିଆ ର ବ୍ୟାଟ୍ସ ମ୍ୟାନ କେ.ଏଲ .ରାହୁଲ ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି, ସୁନୀଲ ସେଟି ଙ୍କ କନ୍ୟା ଆଥିୟା ସେଟି ଙ୍କୁ ବିବାହ କରିଥିଲେ କେ.ଏଲ. ରାହୁଲ l ଏବଂ ଖୁବ ଶୀଘ୍ର ଉଭୟ ଦେବେ ଏହି ଖୁସି ଖବର l ରାହୁଲ ନିଜେ ଏହା ନିଜ ପ୍ରଶଂସକ ଙ୍କୁ ଜଣାଇଛନ୍ତି l ରାହୁଲ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ୨୦୨୫ ରେ ମୁଁ ବାପା ହେବାକୁ ଯାଉଛି l ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ବର୍ତମାନ ରାହୁଲ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି l ବର୍ତମାନ ସେ ବର୍ଡ଼ର-ଗାଭାସ୍କର ଟ୍ରଫି ଖେଳୁଛନ୍ତି l

କଥାଟି ହେଲା ରାହୁଲ ଶୁକ୍ରବାର ଦିନ ଇନ୍ଷ୍ଟଗ୍ରାମ ରେ ମେସେଜ ଦେଇଥିଲେ ଯେ ଆଥିୟା ମା ହେବାକୁ ଯାଉଛନ୍ତି ଏବଂ ୨୦୨୫ ରେ ସେ ଛୁଆକୁ ଜନ୍ମ ଦେବେ l ରାହୁଲ ଓ ଆଥିୟା ୨୦୨୩ ରେ ବିବାହ କରିଥିଲେ , ଉଭୟଙ୍କ ବିବାହ ସେହି ସମୟ ରେ ଚର୍ଚାରେ ରହିଥିଲା l

ବର୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ରହିଥିଲେ ମଧ୍ୟ ସେଭଳି କିଛି ଭଲ ପ୍ରଦର୍ଶନ କରି ପାରୁ ନାହାନ୍ତି କେ.ଏଲ.ରାହୁଲ l ତେଣୁ ସେ ଅନେକ ଆଲୋଚନା ର ସମୁଖୀନ ହେଉଛନ୍ତି l ଏବଂ ନିୟୁଜିଲ୍ୟାଣ୍ଡ ବିରୋଧ ରେ ସେ ବାଙ୍ଗାଲୋର ରେ ମଧ୍ୟ ଶୂନ୍ୟ ରେ ଆଉଟ ହୋଇଥିଲେ l ଏବଂ ସେକେଣ୍ଡ ଇନିଂସ ରେ ୧୨ ରନ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button