IBN ଓଡ଼ିଶା ବ୍ୟୁରୋ

ସୁନା ବ୍ୟବସାୟୀଙ୍କ ମୃତ୍ୟୁ: ପ୍ରତିବାଦରେ ସିଟି ଜିଏସଟି ଏନଫୋର୍ସମେଣ୍ଟ ଅଫିସ ଘେରାଉ

ୟପୁର: ସୁନା ବ୍ୟବସାୟୀଙ୍କ ମୃତ୍ୟୁ ପ୍ରତିବାଦରେ ୧୨ ଘଣ୍ଟିଆ ଜୟପୁର ବନ୍ଦ । ଆଜି ଜୟପୁର ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ସିଟି ଜିଏସଟି ଏନଫୋର୍ସମେଣ୍ଟ ଅଫିସ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି। ଜୟପୁର ବିଧାୟକ ତାରା ବାହିନୀପତି ମଧ୍ୟ ଘେରାଉରେ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ ଗତ ମଙ୍ଗଳବାର ଧନତେରାସ୍ ରେ ସିଟି ଜିଏସଟି ବିଭାଗ ହରପ୍ରସାଦଙ୍କ ଜୁଏଲାରୀ ଦୋକାନରେ ରେଡ୍ କରିଥିଲା ।

ସେହି ଦିନଠାରୁ ସେ ଚିନ୍ତିତ ଓ ଚାପଗ୍ରସ୍ତ ଥିଲେ। ତାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନର ଚଢାଉ ତାଙ୍କୁ ଆଘାତ ଦେଇଥିଲା। ବାରମ୍ବାର ଭାଇଙ୍କ ଦୋକାନରେ ଚଢାଉ କରାଗଲା। ଲୋକ ଲଜ୍ଜା ଓ ଅଧିକ ଚିନ୍ତାଗ୍ରସ୍ତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଯାହାର ପ୍ରତିବାଦରେ ଆଜି ଜୟପୁର ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button