ପାଦର ଅଙ୍ଗୁଳିରୁ ଜାଣନ୍ତୁ – ଆପଣ କେତେ ଭାଗ୍ୟଶାଳୀ ଅଟନ୍ତି ? Astrology

ପ୍ରତ୍ଯେକ ବ୍ୟକ୍ତିର ଶରୀରରେ କିଛି ନା କିଛି ଭିନ୍ନତା ଦେଖାଯାଇଥାଏ । ଶରୀରର ଗଠନ ଅନୁଯାଇ ବ୍ୟକ୍ତିଙ୍କ ସ୍ଵଭାବ, ଆଚାର ଓ ବ୍ୟବହାରରେ ଭିନ୍ନତା ମଧ୍ୟ ଦେଖାଯାଇଥାଏ । ତେବେ ପ୍ରତ୍ଯେକ ବ୍ୟକ୍ତିର ପାଦର ଗଠନ ତାଙ୍କର ସ୍ଵଭାବ ବିଷୟରେ କଣ କହିଥାଏ । ସେହି ବିଷୟରେ ଆଜି ଏଠାରେ ଆମେ ଆଲୋଚନା କରିବାକୁ ଯାଉଛୁ । ବ୍ୟକ୍ତିର 5 ପ୍ରକାର ପଦର ଆକୃତି ବିଷୟରେ ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଛି ।
ସେଲ୍ଟିକ ଆକୃତି- ଯେଉଁ ମାନଙ୍କ ପାଦର ମଝି ଆଙ୍ଗୁଠି ଅର୍ଥାତ ବୁଢା ଆଙ୍ଗୁଠିର ପାଖ ଆଙ୍ଗୁଠିଟି ସବୁ ଆଙ୍ଗୁଠି ଠାରୁ ବଡ ହୋଇଥାଏ । ଏଥିସହ ପାଦର ଲାସ୍ଟ 2 ଟି ଆଙ୍ଗୁଠି ସମାନ ହୋଇଥାଏ । ଏହି ପାଦ ଥିବା ବ୍ୟକ୍ତି ମାନେ ବହୁତ ସାଧାରଣ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଏଭଳି ପଦ ଥିବା ବ୍ୟକ୍ତି ନିଜ ଜୀବନରେ ସଫଳତା ମିଳିଥାଏ । ହେଲେ ସଫଳତା ପାଇବା ପାଇଁ ଏମାନଙ୍କୁ ବହୁତ ସଂଘର୍ଷ କରିବାକୁ ମଧ୍ୟ ପଡିଥାଏ । ଏମାନଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ରହିଥାଏ ।
ଜର୍ମାନିକ ଆକୃତି- ଯେଉଁ ବ୍ୟକ୍ତିଙ୍କର 4 ଟି ଆଙ୍ଗୁଠି ସମାନ ଓ ବୁଢା ଆଙ୍ଗୁଠି ବଡ ଥାଏ । ଏହି ଲୋକମାନେ ଶାନ୍ତି ପ୍ରିୟ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ପ୍ରତ୍ଯେକଟି କାର୍ଯ୍ୟକୁ ଭାବିଚିନ୍ତି କରିବାକୁ ଭଲ ପାଇଥାନ୍ତି । ଏମାନଙ୍କ ରୋଜଗାର ଯେତିକି ଥାଉ ପଛେ ହେଲେ ସେଥିରେ ମ୍ୟାନେଜ କରି ଚଳିବାକୁ ଏମାନେ ଅଧିକ ପସନ୍ଦ କରିଥାନ୍ତି ।
ଗ୍ରୀକ ଆକୃତି- ଯେଉଁ ମାନଙ୍କର ପାଦ ମଝି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ ହୋଇଥିବ । ଲାସ୍ଟ 2 ଟି ଆଙ୍ଗୁଠି ଛୋଟ ବଡ ହୋଇକି ରହିଥାଏ । ଏହି ଲୋକ ବହୁତ ଚତୁର ଓ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନେ ଅଧିକ ଅଯଥା କଥା ହେବାକୁ ପସନ୍ଦ କରନ୍ତି ନାହିଁ । ନିଜ ଷ୍ଟାଇଲର ନିଜର ସବୁ କାମ କରିବାକୁ ଇଛା ରଖିଥାନ୍ତି । ନିଜ ପରିବାର ଓ ସମାଜରୁ ଏମାନଙ୍କୁ ସମ୍ମାନ ମଧ୍ୟ ମିଳିଥାଏ ।
ଏଜିପସନ ଆକୃତି- ଯେଉଁ ମାନଙ୍କର ପାଦ ବୁଢା ଆଙ୍ଗୁଠି ଠାରୁ ଛୋଟଆଙ୍ଗୁଠି ପର୍ଯ୍ୟନ୍ତ ସବୁ ଆଙ୍ଗୁଠି ବଡରୁ ଛୋଟ କ୍ରମରେ ରହିଥାଏ । ଏହି ଲୋକ ସାମାଜିକ କାର୍ଯ୍ୟରେ ଅଧିକ ମନୋନିବେଶ କରିଥାନ୍ତି । ଏମାନଙ୍କ କଥାର ବାଣୀରେ ବହୁତ ଚତୁରତା ରହିଥାଏ । ଏମାନେ ମିଳାପୀ ପ୍ରକୃତି ର ହୋଇଥିବା କାରଣରୁ କୌଣସି ବି ଅଚିହ୍ନା ବ୍ୟକ୍ତିଙ୍କ ସହ ବହୁତ ସହଜରେ ମିଶିଯାଇଥାନ୍ତି ।
ରୋମାନ ଆକୃତି- ବୁଢା ଆଙ୍ଗୁଠି ସହ ତା’ ପାଖରେ ଥିବା ଅନ୍ୟ 2 ଟି ଆଙ୍ଗୁଠି ସମାନ ରହିଥାଏ । ସେହି ପାଦକୁ ରୋମାନ ପାଦ ବୋଲି କୁହାଯାଇଥାଏ । ଏମାନେ ବୁଦ୍ଧିମାନ ହେବା ସହ ଆତ୍ମବିଶ୍ଵାସୀ ମଧ୍ୟ ହୋଇଥାନ୍ତି । ଏମାନେ କମ ପରିଶ୍ରମ କରି ସୁଦ୍ଧା ନିଜ ଭାଗ୍ୟ ବଳରେ ଖୁବ ଶୀଘ୍ର ସଫଳତା ପାଇପାରନ୍ତି ।