IBN ଓଡ଼ିଶା ବ୍ୟୁରୋ

ଲଞ୍ଚ ହେଲା ଜିଓର ଶସ୍ତା ଫୋନ, ମାତ୍ର ୧୨୩ ଟଙ୍କା ରିଚାର୍ଜରେ ମିଳିବ ଅନେକ ଅଫର୍ସ

ଦି ଆପଣ ରିଲାଏନ୍ସ ଜିଓ ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । Jio Bharat J1 4G ଭାରତୀୟ ବଜାରରେ ଜିଓ ଦ୍ୱାରା ଲଞ୍ଚ ହୋଇଛି । ଗତ ବର୍ଷ ରିଲାଏନ୍ସ ଜିଓ ଦ୍ୱାରା ଜିଓ ଭାରତ ସିରିଜ୍ ଲଞ୍ଚ ହୋଇଥିଲା । Jio ବର୍ତ୍ତମାନ Jio Bharat J1 4G କୁ ସାମିଲ କରିବା ପାଇଁ Jio Bharat ସିରିଜ୍ କୁ ବଢ଼ାଇଛି ।

ଏହା ଏକ 4G ନେଟୱାର୍କ ବେସଡ୍‌ କିପ୍ୟାଡ୍ ଫିଚର ଫୋନ୍ । ଏହି ନୂଆ ଫିଚର ଫୋନରେ ଜିଓ ଅନେକ ଦମଦାର ଫିଚର ଦେଇଛି । Jio Bharat J1 ରେ ଏକ ନୂଆ ଡିଜାଇନ୍ ଦିଆଯାଇଛି ଯାହା ୟୁଜରଙ୍କ ପସନ୍ଦ ଆସିବ ।

Jio Bharat J1 4G ରେ Jio ଆପର ସମସ୍ତ ସେବା ପ୍ରଦାନ କରିଛି । କେବଳ ଏତିକି ନୁହେଁ ଏହି ଫିଚର ଫୋନରେ ଆପଣ UPI କାରବାର ପାଇଁ JioPay ର ସୁବିଧା ପାଇପାରିବେ । ଯଦି ଆପଣ OTT ଷ୍ଟ୍ରିମିଂ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ ଜିଓ ସିନେମାର ଅପ୍ସନ ମଧ୍ୟ ପାଇବେ । କମ୍ପାନୀ ଏହି ଫୋନକୁ ଅତି ଶସ୍ତା ଦାମରେ ବଜାରରେ ଲଞ୍ଚ କରିଛି ଯାହାଦ୍ୱାରା ଏହାକୁ ସହଜରେ କିଣାଯାଇପାରିବ ।

Jio Bharat J1 4G ର ଦାମ ବିଷୟରେ କହିବାକୁ ଗଲେ ଜିଓ ଭାରତ ସିରିଜରେ ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ଫୋନ୍ ମଧ୍ୟରେ ଏହାର ମୂଲ୍ୟ ଅଧିକ । ଜିଓ ଏହି ଫୋନକୁ ୧,୭୯୯ ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ କରିଛି । ଫୋନରେ ସିଙ୍ଗଲ୍‌ ବ୍ଲାକ୍‌ ଓ ଗ୍ରେ କଲର ଅପ୍ସନ ମିଳିବ । ଆପଣ ଇ-କମର୍ସ ୱେବସାଇଟ୍ ଆମାଜନରୁ Jio Bharat J1 କିଣି ପାରିବେ ।

ସୂଚନା ଥାଉ କି ଜିଓ ଏହାର ରିଚାର୍ଜ ପ୍ଲାନ୍‌ ଗୁଡ଼ିକର ଦାମକୁ ବଢ଼ାଇଛି । କିନ୍ତୁ ଆପଣ Jio Bharat J1 4G ରେ କମ୍‌ ଦାମରେ ରିଚାର୍ଜ କରିପାରିବେ । ଏହି ଫିଚର ଫୋନ୍ ଦ୍ୱାରା ଆପଣ ୧୨୩ ଟଙ୍କା ଦାମର ଏକ ଶସ୍ତା ପ୍ଲାନ୍‌ ମଧ୍ୟ ନେଇପାରିବେ । ଏହା ଏକ 4G ରିଚାର୍ଜ ପ୍ଲାନ୍‌ ଯେଉଁଥିରେ ଆପଣ ୨୮ ଦିନର ଭାଲିଡିଟି ସହିତ ୧୪ GB ଡାଟା ପାଇପାରିବେ ।

କମ୍ପାନୀ ଏକ ନୂଆ ଡିଜାଇନ୍ ସହିତ ଭାରତରେ Jio Bharat J1 କୁ ଲଞ୍ଚ କରିଛି । ଏହି ନୂଆ ଫିଚର ଫୋନରେ ଆପଣ ୨.୮ ଇଞ୍ଚର ଡିସପ୍ଲେ ପାଇବେ । ଏଥିରେ ଆପଣଙ୍କୁ ୨୫୦୦ mAh ର ଏକ ବଡ଼ ଡିସପ୍ଲେ ମିଳିବ । ଏହି ନୂଆ ଫିଚର ଫୋନରେ ଆପଣ ଜିଓ ସିନେମା ପ୍ରି-ଇନଷ୍ଟଲ୍ ପାଇବେ । ଏହା ସହିତ ଆପଣ ଜିଓ ଟିଭି ମଧ୍ୟ ପାଇପାରିବେ । ଏହି ଫୋନରେ ଜିଓ ପେ ର ଅପ୍ସନ ମଧ୍ୟ ରହିଛି । ଏହାର କିପ୍ୟାଡର ଉପରି ଭାଗରେ ସର୍କୁଲାର ଡିଜାଇନରେ ଏକ ନାଭିଗେସନ୍ ବଟନ୍ ମଧ୍ୟ ଦିଆଯାଇଛି । ଜିଓ ଏହି ଫୋନରେ ୨୩ଟି ଭାଷାକୁ ସପୋର୍ଟ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button