IBN ଓଡ଼ିଶା ବ୍ୟୁରୋ

ପାଣିର ଗଭୀରତା ମାପିବା ପାଇଁ ଆସିଲା ହାଇଟେକ୍‌ ଡ୍ରୋନ୍‌, ରହିଛି ବଢ଼ିଆ ଫିଚର

ଜାପାନ ଏହାର ଉନ୍ନତ ଜ୍ଞାନକୌଶଳ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଜାପାନରେ ତିଆରି ହୋଇଥିବା ପ୍ରଡକ୍ଟକୁ ସମସ୍ତେ ବେଶ୍‌ ପସନ୍ଦ କରନ୍ତି । ବର୍ତ୍ତମାନ ଜାପାନର ଦୁଇଟି କମ୍ପାନୀ ଏକ ସ୍ୱତନ୍ତ୍ର ଡ୍ରୋନ୍ ତିଆରି କରିଛନ୍ତି ଯାହା ଉଭୟ ଜଳରୁ ଟେକ୍‌ ଅଫ୍‌ ଏବଂ ଲ୍ୟାଣ୍ଡିଂ କରିପାରିବ । ଏହି ଡ୍ରୋନର ନାମ ହେଉଛି ପେଣ୍ଟା-ଓସନ୍ ଭ୍ୟାନଗାର୍ଡ-ଡ୍ରୋନ୍ ଆକ୍ୱା (POV-DA) ।

ଏହା ଜାପାନର ଦୁଇଟି କମ୍ପାନୀ ପେଣ୍ଟା ଓସନ୍‌ କନଷ୍ଟ୍ରକସନ ଏବଂ ପ୍ରୋଡ୍ରୋନ କମ୍ପାନୀ ଲିମିଟେଡ୍ ଦ୍ୱାରା ମିଳିତ ଭାବରେ ନିର୍ମାଣ କରାଯାଇଛି । POV-DA ଡ୍ରୋନକୁ ପାଣିରେ ମଧ୍ୟ ସହଜରେ କଣ୍ଟ୍ରୋଲ କରାଯାଇପାରିବ । ଏହା ବ୍ୟତୀତ ଏହାର ଅନ୍ୟାନ୍ୟ ଫିଚର ରହିଛି ।

ରିପୋର୍ଟ ଅନୁଯାୟୀ POV-DA ସମୁଦ୍ରରେ ଏକ ସର୍ଭେ ଡ୍ରୋନ୍ ଭାବରେ ବ୍ୟବହାର ହେବ । ଏହି ଡ୍ରୋନକୁ ସାଟେଲାଇଟ୍ ସିଷ୍ଟମ ଦ୍ୱାରା ତିଆରି କରାଯାଇଛି । ଏହା ସାହାଯ୍ୟରେ ଜଳର ଗଭୀରତା ଏବଂ ଢ଼େଉକୁ ଅବଜର୍ଭ କରାଯିବ । POV-DA ସାହାଯ୍ୟରେ ଅପରେଟରମାନେ ସେହି ଅଞ୍ଚଳର ରିଏଲ୍‌ ଟାଇମ୍‌ ଡାଟା ପାଇବେ ଏବଂ ଅଞ୍ଚଳ ଉପରେ ନଜର ରଖିବା ମଧ୍ୟ ସହଜ ହେବ ।

ଏହି ଖାସ୍‌ ଡ୍ରୋନ୍ ସାହାଯ୍ୟରେ ଅପରେଟରଙ୍କୁ ପାଣି ଭିତରକୁ ଯିବାକୁ ପଡିବ ନାହିଁ, ସେ ଭୂମିରେ ରହି ରିମୋଟ୍ ମାଧ୍ୟମରେ ଡ୍ରୋନକୁ କଣ୍ଟ୍ରୋଲ କରିବାରେ ସକ୍ଷମ ହେବେ। ଡ୍ରୋନରେ ଜଳର ଗଭୀରତା ମାପିବା ପାଇଁ ଏକ ଇନଷ୍ଟମେଣ୍ଟ ଏବଂ ଥ୍ରଷ୍ଟର ଲଗାଯାଇଛି । ଏହି ଡ୍ରୋନ୍ ସାମୁଦ୍ରିକ ଅଞ୍ଚଚଳରେ ସମୁଦ୍ର ଳହଡ଼ିରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହେବ । ରିପୋର୍ଟ ଅନୁସାରେ POV-DA ଡ୍ରୋନ୍ ସାହାଯ୍ୟରେ ପାଣିରେ ଘଟୁଥିବା କାର୍ଯ୍ୟ ଉପରେ ନଜର ରଖାଯାଇପାରିବ ।

ଏହି ଖାସ୍‌ ଡ୍ରୋନର ଦାମ୍‌ କେତେ ହେବ ଏବଂ ଏହାର ପ୍ରଡକ୍ସନ କେବେ ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଡ୍ରୋନର ଫିଚରଗୁଡିକ ଦେଖି ଆଶା କରାଯାଉଛି ଯେ ଆଗାମୀ ସମୟରେ ଏହାକୁ ବ୍ୟବହାର କରି ମଣିଷ ପାଣିରେ କରାଯାଉଥିବା ଅନେକ କାର୍ଯ୍ୟରେ ସାହାଯ୍ୟ ପାଇବ ଏବଂ ଏହା ସମୟ ସହିତ ଅପଡେଟ୍ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button