ପୃଥିବୀରେ ସର୍ବ ପ୍ରଥମେ ମଣିଷର ଜନ୍ମ କେମିତି ହେଲା ?

ନମସ୍କାର ବନ୍ଧୁଗଣ, ସବୁବେଳେ ଆଶ୍ଚର୍ଯ୍ୟ କରୁଥିବା ଗୋଟିଏ ପ୍ରଶ୍ନ ହେଉଛି ପୃଥିବୀରେ ପ୍ରଥମେ ମଣିଷ କେମତି ଜନ୍ମ ହେଲା । ଏହି କଥା ଉପରେ ଧର୍ମ ଶାସ୍ତ୍ର ଇତ୍ୟାଦିରେ ଅନେକ କିଛି ଉଲ୍ଲେଖ ରହିଛି । କିନ୍ତୁ ଆଜିର ଦୁନିଆର ବିଜ୍ଞାନ ଅନ୍ୟକିଛି କହୁଅଛି । ତେବେ କୌଣସି କଥାର ତାଳ ମେଳ ରହୁନାହିଁ ଯାହା ଫଳରେ ସଠିକ ଉତ୍ତର ମିଳିବା କଷ୍ଟ ହୋଇଯାଇଛି । ତେବେ ଆପଣଙ୍କ ସେହି ଚିନ୍ତା ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏହା ସମ୍ବନ୍ଧୀୟ ରହିଥିବା ସମ୍ପୂର୍ଣ ବିବରଣୀ । ଆସନ୍ତୁ ଜାଣିବା ।
ବିଜ୍ଞାନର କହିବା ଅନୁଯାୟୀ ପୃଥିବୀରେ ମନୁଷ୍ୟର ଉତ୍ପତି ରାସାୟନିକ ଅଭିକ୍ରିୟା ଏବଂ ଭୌତିକ ପ୍ରକ୍ରିୟାର ର ମିଶ୍ରଣରେ ହୋଇଛି । ଏଥିରେ କୌଣସି ଦିବ୍ୟଶକ୍ତିର କୌଣସି ହାତ ନାହିଁ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ବିଜ୍ଞାନର କହିବା ଅନୁଯାୟୀ ମଣିଷ ମାଙ୍କଡ ଏବଂ ସିମ୍ପାଜିର ସ୍ୱରୂପ ଅଟନ୍ତି । କିନ୍ତୁ ଯଦି ମାଙ୍କଡ ଆଉ ସିମ୍ପଜିର ବିକଶିତରେ ମନୁଷ୍ୟ ସୃଷ୍ଟି ହୋଇଥାନ୍ତେ ତେବେ ଦୁନିଆରେ ତାଙ୍କର କୌଣସି ନାମ ନିଶାନ ରହିନଥାନ୍ତା ।
ତେଣୁ ଏହି କଥାକୁ କିଛି ଲୋକ ଗ୍ରହଣ କରୁନାହାନ୍ତି । କାରଣ ବିଜ୍ଞାନ ଏହା ମଧ୍ୟ କହେ କି ଯଦି କୌଣସି ଜୀବ ବିକଶିତ ହୁଅନ୍ତି ତେବେ ନିଜର ପୁରୁଣା ଅସ୍ତିତ୍ଵକୁ ହରାଇ ଦେଇଥାନ୍ତି । ଯାହାକି ମାଙ୍କଡ ଏବଂ ଶିମ୍ପାଜୀ କ୍ଷେତ୍ରରେ ହୋଇନାହିଁ । ବିଜ୍ଞାନ ଦୁନିଆ ସାମ୍ନାରେ ଏହା ତଥ୍ୟ ରଖିଛି କି ମଣିଷ ଯେତେବେଳେ ଆଦି ମାନବ ଅବସ୍ଥାରେ ଥିଲା ସେ ଜଙ୍ଗଲରେ ଜୀବନ କଟାଉଥିଲା ।
ଦୁଇଟି ପଥର ଘଷି ଅଗ୍ନିର ଉତ୍ତପତି ବିଷୟରେ ଜାଣିବା ପରେ ଫସଲ କରିବା ଆରମ୍ଭ କରିଥିଲା । ଏହିସବୁ କଥାକୁ କିଛି ଲୋକ ମଜା ବୋଲି ଭାବି ନେଉଛନ୍ତି । ଏହାପରେ ଧୀରେ ଧୀରେ ପରିବାର ଭଳି ନିଜ ନିଜ ମଧ୍ୟରେ ସମ୍ପର୍କ ସ୍ଥାପନ କରି ରହିବାକୁ ଲାଗିଲେ । କିନ୍ତୁ ପ୍ରକୃତ ସତ କଥା ହେଉଛି ଜୀବନ ଉତ୍ପତି ବିଷୟରେ କାହାକୁ ମଧ୍ୟ ଆଜି ଯାଏ ସଠିକ ଜ୍ଞାନ ମିଳିନାହିଁ ।
ଭଗବାନ ତିଆରି କରିଥିବା ସଂସାରକୁ ବୁଝିବା ସାଧାରଣ ମନୁଷ୍ୟ ପକ୍ଷେ ସମ୍ଭାବପର ନୁହେଁ । କିନ୍ତୁ ଯଦି ଧର୍ମ ଦୃଷ୍ଟିରୁ ଦେଖାଯାଏ ତେବେ ଏହା ଈଶ୍ଵରଙ୍କ ସରଞ୍ଚନା ଅଟେ । ଧର୍ମ କଥାକୁ ବିଜ୍ଞାନ ସମ୍ପୂର୍ଣ ଏଡେଇ ଦେଇପାରେ । କିନ୍ତୁ ଏହି କଥାର ସଠିକ ପ୍ରମାଣ ବିଜ୍ଞାନ ପାଖରେ ମଧ୍ୟ ନାହି ।
ଯଦି କିଏ ଆପଣଙ୍କ ଜନ୍ମ ବିଷୟରେ ପଚାରନ୍ତି ତେବେ ପ୍ରଥମେ ଆପଣଙ୍କ ମାତା ପିତାଙ୍କ ପରିଚୟ ଦେଇଥାନ୍ତି । କିନ୍ତୁ କେହି ମଧ୍ୟ ପୃଥିବୀକୁ ମଣିଷ ପ୍ରଥମେ ମଣିଷ ଜନ୍ମ ନେଇଥିବା କଥାର ଉତ୍ତର ଦେଇପାରନ୍ତି ନାହିଁ । ତେବେ ଏହି ପ୍ରଶ୍ନର ଉତ୍ତର ଆଜି ମଧ୍ୟ ରହସ୍ୟ ହୋଇ ରହିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।