ମୋଦିଙ୍କୁ କଡା ଜବାବ ଦେଲେ ଖଡଗେ; କହିଲେ, ‘ବିଜେପିର ଅର୍ଥ ବିଶ୍ବାସଘାତକତା ଏବଂ ଜୁମଲା’
ନୂଆଦିଲ୍ଲୀ: ଖଡଗେଙ୍କ ଗ୍ୟାରେଣ୍ଟି ବୟାନ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ପରେ ବିଜେପି ଆଉ କଂଗ୍ରେସ ଭିତରେ ତେଜିଛି ବାକ୍ ଯୁଦ୍ଧ । କର୍ଣ୍ଣାଟକ ନିର୍ବାଚନରେ ପ୍ରତିଶ୍ରୁତିକୁ ନେଇ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କଂଗ୍ରେସକୁ ତାତ୍ସଲ୍ୟ କରି କହିବା ପରେ ଏହାର କଡା ଜବାବ ରଖିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ।
ବିଜେପି ଲୋକଙ୍କୁ ବାଟବଣା କରୁଛି । ବିଜେପୀର ୧୦୦ ଦିନର ପ୍ରତିଶ୍ରୁତି, ଗୋଟିଏ ଶସ୍ତା ପିଆର୍ ଷ୍ଟଣ୍ଟ ବୋଲି କହିଛନ୍ତି ଖଡଗେ ।
ତେବେ କଂଗ୍ରେସ ସଭାପତି ଖଡଗେ କର୍ଣ୍ଣାଟକ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ନେଇ ନିଜ ନେତାଙ୍କ ଉପରେ ବର୍ଷିଥିଲେ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନିର୍ବାଚନ ପ୍ରତିଶ୍ରୁତି ଗୁଡିକୁ ପୁଣି ଥରେ ରିଭ୍ୟୁ କରାଯିବ ବୋଲି ପରାମର୍ଶ ଦେବା ପରେ ଏହାକୁ ସେ କହିଥିଲେ, ଯେତିକି ଦେଇପାରିବ, ସେତିକି କୁହ । ଦଳକୁ ଦେବାଳିଆ କରିବା ନିର୍ବାଚନ ପ୍ରତିଶ୍ରୁତିର ଆଧାର ନୁହେଁ । ଯାହାକୁ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ କଂଗ୍ରେସକୁ ତାତ୍ସଲ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦି ଲେଖିଥିଲେ, କଂଗ୍ରେସ ଧିରେ ଧିରେ ବୁଝି ପାରୁଛି ଯେ ଅବସ୍ତାବ ପ୍ରତିଶ୍ରୁତି ଦେଇଦେବା ସହଜ, ହେଲେ ତାକୁ ବାସ୍ତବରେ ପୂରଣ କରିବା କାଠିକାର ପାଠ ଏବଂ ଅସମ୍ଭବ । ଖାଲି ରାଲି ଉପରେ ରାଲି କରି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି କଂଗ୍ରେସ, ହେଲେ ଏକଥା ବି ଜାଣିଛି ଯେ ସେମାନେ କେବେବି ସେଗୁଡିକୁ ପୂରଣ କରିପାରିବେ ନାହିଁ । ଏବେ ସେମାନଙ୍କ ମୁଖା ଲୋକଙ୍କ ଆଗରେ ଖୋଲି ଯାଇଛି ବୋଲି ମୋଦି କହିଥିଲେ ।