ଡାଏବେଟିସ ଭଳି ଭୟଙ୍କର ରୋଗକୁ କଣ୍ଟ୍ରୋଲ କରିବା ପାଇଁ କରନ୍ତୁ ଏହି ସହଜ କାମ

ଆଜିକାଲିର ବ୍ୟସ୍ତତା ଜୀବନ ଭିତରେ ଲୋକମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଠିକ ଭାବେ ଧ୍ୟାନ ଦେଇ ପାରୁନାହାଁନ୍ତି ଯେଉଁ କାରଣରୁ ସେମାନେ ସୁସ୍ଥ ରହି ପାରୁ ନାହାଁନ୍ତି । ଏହା ଦ୍ଵାରା ସେମାନଙ୍କୁ ବହୁତ ରୋଗର ଶିକାର ହେବାକୁ ପଡୁଛି । ଏଥି ମଧ୍ୟରୁ ଡାଇବେଟିସ ବର୍ତ୍ତମାନ ଏକ କମନ ରୋଗ ହେଇ ଉଭା ହେଇଛି । ଏହି ଭଳି ରୋଗ ସମାଜରେ ଅନେକ ଲୋକଙ୍କୁ ହେବାରେ ଲାଗିଛି ଯାହାକୁ ରୋକିବା ବହୁତ କଷ୍ଟ ସାଧ୍ୟ ହୋଇ ପଡୁଛି ।
କାର୍ବୋହାଇଡ୍ରେଟ୍ସ ପ୍ରତି ଧ୍ୟାନ ରଖନ୍ତୁ
କାର୍ବୋହାଇଡ୍ରେଟ୍ସ ସ୍ତରକୁ ବାରମ୍ବାର ପରୀକ୍ଷା କରିବା ଦ୍ଵାରା ଆମକୁ ଜଣା ପଡିଥାଏ କି କେତେ ଏବଂ କି ପ୍ରକାରର ଖାଦ୍ୟ ଖାଇବା ଉଚିତ । ଆପଣ ଅଧିକ ପରିମାଣରେ ପନିପରିବା, ଫଳ ଏବଂ ବିନ୍ସ ଖାଇବା ଦରକାର । ଡାଇବେଟିସ ଥିବା ଲୋକମାନଙ୍କୁ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
ପ୍ରତିଦିନ ଏକ୍ସରସାଇଜ

ଯଦି ପ୍ରତିଦିନ ସକାଳୁ ନିୟମିତ ଭାବରେ ବ୍ୟାୟାମ କରାଯାଏ ତେବେ ଶରୀର ସୁସ୍ଥ ରହିବା ସହିତ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ରହିଥାଏ ।
ସୁଗାର ମାତ୍ରାକୁ ପରୀକ୍ଷା କରନ୍ତୁ

ଶରୀରର ସୁଗାର ମାତ୍ରାକୁ ବାରମ୍ବାର ପରୀକ୍ଷା କରିବା ନିହାତି ଆବଶ୍ୟକ ହୋଇଥାଏ । ଏହା କରିବା ଦ୍ଵାରା ସୁଗାର ର ମାତ୍ରା କମ କିମ୍ବା ଅଧିକ ହେଲେ ତୁରନ୍ତ ଜାଣି ହୋଇଥାଏ ।




