IBN ଓଡ଼ିଶା ବ୍ୟୁରୋ

କାନ ବନ୍ଦ ହୋଇଯାଇଥିଲେ କିମ୍ବା ପବନ ପଶିଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ସଙ୍ଗେ ସଙ୍ଗେ ଖୋଲିଯିବ

କାନ ବନ୍ଦ ହୋଇଯାଇଥିଲେ କିମ୍ବା ପବନ ପଶିଥିଲେ କେତେ ଯନ୍ତ୍ରଣା ହୁଏ ତାହା କେବଳ ଜଣେ ଭୁକ୍ତ ଭୋଗୀ ହିଁ ଜଣେ। ଏଣୁ ନିୟମିତ ସମୟ ବ୍ୟବଧାନରେ କାନ ସଫା କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ବେଳେବେଳେ ଯେତେ ସଚେତନ ରହିଲେ ବି ଗାଧୋଇବା ବେଳେ କାନରେ ପାଣି ପଶି ବନ୍ଦ ହୋଇଯାଏ। ଯାହା ଖୁବ୍‌ ଯନ୍ତ୍ରଣାଦାୟକ ହୋଇଥାଏ। ଯଦି ଆପଣ ବି କାନ ବନ୍ଦ ହୋଇଯିବା ସମସ୍ୟା ଭୋଗୁଛନ୍ତି ତେବେ କେତେକ ଘରୋଇ ଉପାୟ ଆପଣାଇ ଏହାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା କାନ ବନ୍ଦ ହୋଇଥିଲେ କେମିତି ଚୁଟ୍‌କିରେ ଖୋଲିବେ…

ear

 

  • କାନ ବନ୍ଦ ହୋଇଥିଲେ କିମ୍ବା କାଟୁଥିଲେ ଏକ ଗିନାରେ କିଛି ସୋରିଷ ତେଲ ନେଇ ସେଥିରେ ୨-୩ କୋଲା ରସୁଣ ପକାଇ ଫୁଟାନ୍ତୁ। ତେଲ ଉଷୁମ ଥିବା ବେଳେ ଏହାକୁ କାନରେ ପକାନ୍ତୁ। ଆରାମ ଲାଗିବ।
  • କାନ ବନ୍ଦ ହୋଇଯାଇଥିଲେ ବାମ୍ପ ନିଅନ୍ତୁ। କାନ ସହ ନାକର ସମ୍ପର୍କ ଥିବାରୁ ନାକ ପଟେ ବାମ୍ଫ ନେଲେ ବି ଏହା କାନର ମଇଳାକୁ ବାହାର କରିବ।
  • କାନରେ ଦୁଇ ତିନି ବୁନ୍ଦା ଉଷୁମ ପାଣି ପକାଇ ସିଧା ବସନ୍ତୁ। କିଛି ସମୟ ପରେ କାନକୁ ତଳ ଆଡ଼କୁ ବଙ୍କାନ୍ତୁ ଯେମିତି କି ପାଣି ବାହାରି ଆସିବ। ଏବେ ଇୟରବର୍ଡ ସାହାଯ୍ୟରେ କାନ ସଫା କରିଦିଅନ୍ତୁ।
  • ବେଳେବେଳେ କାନରେ ପବନ ରହିଯାଏ ଫଳରେ ଠିକ୍‌ରେ ଶୁଣାଯାଏ ନାହିଁ। ଏଭଳି ସ୍ଥିତିରେ ଆପଣ ବାରମ୍ବାର ହାଇ ମାରନ୍ତୁ। କାନ ଖୋଲିଯିବ।
  • ଗରମ ପାଣିରେ ଟି ଟ୍ରି ଅଏଲ ପକାଇ ସେହି ବାମ୍ଫ ସାମ୍ନାରେ କାନ ଦେଖାନ୍ତୁ। ବାମ୍ପ କାନରେ ପ୍ରବେଶ କରିବା ପରେ କାନ ଖୋଲିଯିବ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button