ଦେଶ

ଖାଦ୍ୟ ପେୟରେ ସାମିଲ କରନ୍ତୁନି ଏହି ସବୁ ଖାଦ୍ୟ, ନଚେତ ଦେଖା ଦେଇପାରେ ଗମ୍ଭୀର ପେଟ ସମସ୍ୟା

ପେଟ ସଫା ହେବା ଦ୍ୱାରା ଶରୀର ସୁସ୍ଥ ରୁହେ । ଆଉ ସକାଳ ସମୟରେ ପେଟ ସଫା ହେଲେ ଦିନ ତମାମ ବି ଏକ ପ୍ରକାର ଫୁର୍ତ୍ତି ଅନୁଭବ ହୋଇଥାଏ । ଆଉ ସୁସ୍ଥ ଜୀବନ ଚର୍ଯ୍ୟା ପାଇଁ ଦିନକୁ ୨ ରୁ ୩ ଥର ପେଟ ସଫା ହୋଇଯିବା ନିହାତି ଆବଶ୍ୟକ । କିନ୍ତୁ ଏଥିପାଇଁ ପ୍ରତିଦିନର ଖାଦ୍ୟ ପେୟ ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ । ଘର ପ୍ରସ୍ତୁତ କମ ମସଲା ଯୁକ୍ତ ଖାଦ୍ୟ ଖାଦ୍ୟର ଅବ୍ୟାସ କରିବା ଆବଶ୍ୟକ । ଏକ୍ସପର୍ଟଙ୍କ ଅନୁଯାୟୀ, ଏହି ସବୁ ଖାଦ୍ୟ ହିଁ କବ୍ଜ ହେବାର ମୁଖ୍ୟ କାରଣ ।

ଅଟା ବ୍ରେଡ:

ଅଟା ବ୍ରେଡରେ ଫାଇବରର ମାତ୍ରା ଖୁବ କମ ପରିମାଣର ଥାଏ । ଏମିତିକି ଜମା ନଥାଏ । ଏଥିରେ ଷ୍ଟାର୍ଚ୍ଚ ମାତ୍ରା ଅଧିକ ଥାଏ | ନିୟମିତ ଭାବେ ସେବନ କଲେ ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ ।

ଚାଉଳ:

ଧଳା ଓ ବ୍ରାଉନ ଦୁଇ ପ୍ରକାରର ଚାଉଳ ମିଳିଥାଏ | ଧଳା ଚାଉଳ ଅଧିକ ପଲିସ ହୋଇଥାଏ । ଏଥିରୁ ଭୁସି ଓ ଚୋକଟ ଆଦି ବାହାରି ଯାଇ ଥିବାରୁ ପୋଷାକ ତତ୍ତ୍ୱ ମଧ୍ୟ କମିଯାଏ । ଏହି କାରଣରୁ ଅଧିକ ଭାତ ସେବନ କଲେ କବ୍ଜ ପରି ସମସ୍ୟା ବି ବଢିଥାଏ ।

stomach 2

ଡାଏରୀ ପ୍ରଡକ୍ଟ:

ଯେଉଁମାନେ ଦିନରେ ଅଧିକ ପରିମାଣରେ ଦୁଗ୍ଧ କିମ୍ବା ଦୁଗ୍ଧ ତିଆରି ଖାଦ୍ୟ ଖାଆନ୍ତି । ସେମାନଙ୍କ ଠାରେ ବି ଏହି ସମସ୍ୟା ଅଧିକ ଦେଖାଦିଏ ।

ରେଡ ମିଟ:

ଶରୀର ପାଇଁ ରେଡ ମିଟ ଏକ ପ୍ରକାର ଯାହାର ସଦୃଶ ହୋଇଥାଏ । ଏଥିରେ ମାତ୍ରାଧିକ ପରିମାଣରେ ଥିବା ପ୍ରୋଟିନ, ଫ୍ୟାଟ ପେଟ ଭିତରେ ଭାଙ୍ଗିବା ପାଇଁ ଅଧିକ ସମୟ ନିଏ । ତେଣୁ ଯେତେ ଦୂର ସମ୍ଭବ ଏପରି ଖାଦ୍ୟରୁ ଦୁରେଇ ରହିବା ଉଚିତ ।

କଫି:

ଚାହା, କଫି ଆଦିରେ ଅଧିକ ମାତ୍ରାରେ କାଫେନ ଥିବାରୁ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ପାଚନ କ୍ରିୟାକୁ ଏହି ପାନୀୟ ଧୀର କରିଦିଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button