IBN ଓଡ଼ିଶା ବ୍ୟୁରୋ

ଆପଣ ପାନ ପତ୍ର ଖାଉଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ, ନିଶ୍ଚୟ ପଢନ୍ତୁ –

ଆଜି ଆମ୍ଭେ ଜାଣିବା ପାନପତ୍ର ଦ୍ଵାରା କେଉଁ କେଉଁ ରୋଗ ଭଲକରି ପାରିବା । ପାନ ଦ୍ଵାରା ଆମ୍ଭେମାନେ ବିଭିନ୍ନ ରୋଗର ଉପଚାର କରିପାରିବା । ପାନର ପୂଜା, ସଂସ୍କୃତି ଆଦିରେ ଅଧିକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ରହିଛି । ମୁଖ୍ୟତଃ ଲୋକ ମାନେ ଖାଦ୍ୟ ଖାଇବାରେ, ଖାଦ୍ୟ ହଜମ କରିବା ପାଇଁ ଏବଂ ନିଜ ମୁହଁର ସ୍ଵାଦ ପାଇଁ ପାନ ଖାଇଥାନ୍ତି । ଏହା ଛଡ଼ା ଧର୍ମ ସଂସ୍କାର କ୍ରିୟା ଏହା ବ୍ୟତୀତ ସମ୍ଭବ ନୁହେଁ । କିନ୍ତୁ ବହୁତ୍ କମ୍ ଲୋକ ଜାଣିଛନ୍ତି କେବଳ ମୁଁହର ସ୍ଵାଦ ପାଇଁ ନୁହେଁ ବରଂ ଶରିରୀର ଅନେକ ପ୍ରକାରର ରୋଗରୁ ମଧ୍ୟ ଏହା ବଞ୍ଚାଇଥାଏ । ତେବେ ଚାଲନ୍ତୁ ଜାଣିବା ପାନ ପତ୍ରର ଔଷଧୀୟ ଗୁଣ ବିଷୟରେ ।

୧- ସର୍ବପ୍ରଥମେ ଜଦି ଆପଣଙ୍କର ପାଇରିଆ ରୋଗ ଅଛି ତେବେ ଆପଣ ବିଭିନ୍ନ ପ୍ରକାରର ଔଷଧ ସେବନ ନିହାତି କରୁଥିବେ। କିନ୍ତୁ ଜଦି ଆପଣ ପାନରେ କର୍ପୁର ମିଶାଇ ସେବନ କରିବେ, ତେବେ ଖୁବ ଶୀଘ୍ର ଆପଣଙ୍କର ପାଇରିଆ ସମସ୍ୟା ଦୂର ହୋଇଯିବ । କିନ୍ତୁ ଆପଣ ଗୋଟିଏ କଥାର ଧ୍ୟାନ ରଖିବେ କର୍ପୁର ଏବଂ ପାନ ପତ୍ର ଚୋବାଇବା ବେଳେ ପାନ ପତ୍ରକୁ ଭିତରକୁ ନିଅନ୍ତୁ ନାହିଁ, ସମସ୍ତ ରସ ବାହାରକୁ ବାହାର କରିଦିଅନ୍ତୁ ।

 

୨. ପାନ କେବଳ ପାଇରିଆ ପାଇଁ ନୁହେଁ, ମୁଁହ(ପାଟି) ପାଇଁ ବି ଲାଭଦାୟକ ଅଟେ । କାରଣ ଏଥିରୁ ଏମିତି କିଛି ତତ୍ତ୍ଵ ମିଳିଥାଏ ଯାହା ବ୍ୟାକ୍ଟେରିଆ ର ପ୍ରଭାବକୁ ଶେଷ କରିଥାଏ ଏବଂ ମୁଖ ଦୂର୍ଗନ୍ଧ ନାଶ କରିଥାଏ ।

୩. ଜଦି ଆପଣଙ୍କୁ କାଶ ହେଉଛି ତେବେ ଆପଣ ହଳଦୀ କୁ ଗରମ କରି ପାନରେ ମିଶାନ୍ତୁ ତାପରେ ପାନକୁ ଚୋବାନ୍ତୁ । ଜଦି ତଥାପି କାଶ କହୁନାହିଁ ତା ହେଲେ ହଳଦୀ ସହିତ ଜୁଆଣିକୁ ମିଶାନ୍ତୁ ଏବଂ ଏହାକୁ ଚୋବାନ୍ତୁ । ବହୁତ ଶୀଘ୍ର ଆରାମ୍ ମିଳିବ ।

୩- ଜଦି ଆପଣଙ୍କୁ ଥଣ୍ଡା ହେଇଛି ତା ହେଲେ ଆପଣ ପାନରେ ଅଳ୍ପ ଲବଙ୍ଗ ମିଶାଇ ଚୋବାନ୍ତୁ । ଏହା ଦ୍ଵାରା ଥଣ୍ଡା ଜଲ୍ଦୀ ଛାଡ଼ିଯାଏ ଏବଂ ଆପଣଙ୍କୁ ଆରାମ ମିଳିଥାଏ।

୪- ଯେଉଁ ବ୍ୟକ୍ତିଙ୍କୁ କିଡନୀ(ବୃକକ) ସମ୍ବନ୍ଧୀତ ରୋଗ ଅଛି ସେମାନେ ଦିନରେ ଦୁଇଥର ସକଳେ ଏବଂ ସନ୍ଧ୍ୟାରେ ପାନ ଚୋବାନ୍ତୁ, ଏହା ଦ୍ଵାରା ଆପଣଙ୍କର ପେଟରେ ଆବର୍ଜନା ସଫା ହୋଇ ଯାଇଥାଏ ଏବଂ କିଡନୀର କାର୍ଯ୍ୟ କ୍ଷମତାରେ ବୃଦ୍ଧି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button