IBN ଓଡ଼ିଶା ବ୍ୟୁରୋ

ସେବନ କରନ୍ତୁ ଏହି 4 ଟି ଶାଗ, 100 ବର୍ଷ ଯାଏ ରହିବେ ନିରୋଗୀ –

ଯେ କୌଣସି ଶାଗ ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ । ଶୀତ ଦିନେ ବଜାରରେ ଅନେକ ପ୍ରକାରର ଶାଗ ମଧ୍ୟ ମିଳିଥାଏ । ଏମାନଙ୍କ ମଧ୍ୟରେ ସୋରିଶ, ପାଳଙ୍ଗ, ବଥୁଆ, ମେଥି ଇତ୍ୟାଦି ଶାଗ ଏହି ଦିନରେ ଅଧିକ ମିଳିଥାଏ । ସବୁଜ ପନିପରିବା ଆମ ଶରୀର ପାଇଁ ଉପକାରୀ ହୋଇ ଥିବା ବେଳେ ଶାଗ ମଧ୍ୟ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ଶାଗରେ ଅଧିକ ମାତ୍ରାରେ ପୋକ ତତ୍ଵ ରହିଥାଏ । ଆଜି ଆମେ ଜାଣିବା କେଉଁ 4 ଟି ଶାଗ ଖାଇଲେ ଆମେ ସବୁବେଳେ ସୁସ୍ଥ ରହିବା ।

୧. ପାଳଙ୍ଗ ଶାଗ – ପାଳଙ୍ଗ ଶାଗ ଶୀତ ଦିନରେ ଅଧିକ ମିଳିଥାଏ । ଏହି ଶାଗ ଖାଇବା ଦ୍ଵାରା କ୍ୟାନ୍ସର ଭଳି ରୋଗକୁ କମ କରିହୁଏ । ଏଥିରେ କିଛି ଏମିତି ତତ୍ଵ ମିଳିଥାଏ ଯାହା ମହିଳାଙ୍କର ଓଭାରି କ୍ୟାନ୍ସର କୁ ୪୦ % କମ କରିଥାଏ ।

ଏହା ଛଡା ପାଳଙ୍ଗରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ହ୍ରୁଦୟକୁ ସୁସ୍ଥ ରଖିଥାଏ । ପାଳଙ୍ଗରେ ଥିବା ଆଇରନ ଶରୀରର ରକ୍ତ ଅଭାବକୁ ଦୂର କରିଥାଏ । ଏଥିପାଇଁ ଡାକ୍ତର ପାଳଙ୍ଗ ଶାଗ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏହା ମଧ୍ୟ ଆମର ଦ୍ରୁଷ୍ଟି ଶକ୍ତି ବଢାଇଥାଏ ।

୨. ମେଥି ଶାଗ-

ମେଥି ଶାଗରେ ଅଧିକ ମାତ୍ରାରେ ପ୍ରୋଟିନ, ଫଇବର, ଭିଟାମିନ C, ପୋଟାସିୟମ, ଆଇରନ, ଫୋଲିକ ଏସିଡ, ମ୍ୟାଗ୍ନେସିୟମ ଓ କପର ଭଳି ପୋଷକ ତତ୍ଵ ଅଧିଆକ ମାତ୍ରାରେ ଥାଏ । ଯାହା ଆମ ଶରୀର ପାଇଁ ବେଶ ଆବଶ୍ୟକ ହୋଇଥାଏ । ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପ, ଡାଇବେଟିସ ଓ ପାଚନ କ୍ରିୟାରେ ସମସ୍ୟା ରହିଥାଏ ସେମାନେ ମେଥି ଶାଗ ଖାଇବା ଉଚିତ । ଏହି ଶାଗ ଖାଇବା ଦ୍ଵାରା ବ୍ଲଡ କୋଲେଷ୍ଟ୍ରୋଲ ର ମାତ୍ରା କମ ହୋଇଥାଏ ଯାହା ଆପଣଙ୍କର ହ୍ରୁଦୟକୁ ସୁସ୍ଥ ରଖିଥାଏ ।

୩. ବଥୁଆ ଶାଗ

 

ବଥୁଆ ଶାଗରେ ପୋଷକ ତତ୍ଵ ଭରପୁର ମାତ୍ରାରେ ରହିଥାଏ । ଏହା ଛଡା କ୍ୟାଲସିୟମ, ଫସଫରସ, ପୋଟାସିୟମ, ଭିଟାମିନ ଇତ୍ୟାଦି ପ୍ରଚୁର ମାତ୍ରାରେ ମିଳିଥାଏ । ବଥୁଆ ଶାଗ ଖାଇବା ଦ୍ଵାରା କିଡନୀ ରେ ହେଉଥିବା ସ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଛଡା ପେଟ ଦରଜ ଓ କୋଷ୍ଟ କାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button