ରାଜ୍ୟ

କନ୍ଧମାଳ ଆମ୍ଵ ଟାକୁଆ ଖାଇ ମୃତ୍ୟୁ ଘଟଣା : ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କଲା ବିଜେଡି

ଭୁବନେଶ୍ବର ୬।୧୧: କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କଲା ବିଜେଡି । ଆଦିବାସୀ ମାନଙ୍କୁ ତାତ୍ସଲ୍ୟ କରିଥିବାରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କ୍ଷମା ମାଗନ୍ତୁ ବୋଲି ମଧ୍ୟ ଦାବି କଲା ବିଜେଡି ।ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀ ମାନଙ୍କର ପାରମ୍ପରିକ ଖାଦ୍ୟ କି ଆମ୍ବ ଟାକୁଆ ଜାଉ ।

ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିଛି ଏହାର କାରଣ ହେଉଛି ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ନିଜ ନିଜ ବେପାରରେ ବ୍ୟସ୍ତ। ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ଗରିବ ଲୋକଙ୍କ ପାଖରେ ଚାଉଳ ଆଗୁଆ ପହଞ୍ଚିବାର ଯେଉଁ ବ୍ୟବସ୍ଥା ପୂର୍ବରୁ ଥିଲା ତାହା ୪ ମାସ ମଧ୍ୟରେ କିପରି ଭୁଶୁଡି ପଡିଲା । କାହିଁକି ଲୋକଙ୍କ ପାଖରେ ପହଞ୍ଚିଲା ନାହିଁ । ଅକ୍ଟୋବର-ନଭେମ୍ବର-ଡିସେମ୍ବରର ଚାଉଳ ଅକ୍ଟୋବରରେ ପହଞ୍ଚିବା କଥା କିନ୍ତୁ କନ୍ଧମାଳ କେସ୍ ସାମ୍ନାକୁ ଆସିବା ପରେ ସରକାର ଚାଉଳ ବାଣ୍ଟିଲେ । ସରକାର ତାଙ୍କ ଦାୟିତ୍ୱରେ ଅବହେଳା କରିଛନ୍ତି । ମନ୍ତ୍ରୀମଣ୍ଡଳରେ ଥିବା ଆଦିବାସୀ ମନ୍ତ୍ରୀଙ୍କ ସହ ଖୋଦ୍ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ, ଆଦିବାସୀ ମାନଙ୍କର ପାରମ୍ପରିକ ଖାଦ୍ୟ କି ଆମ୍ବ ଟାକୁଆ ଜାଉ । ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିଛି ଏହାର କାରଣ ହେଉଛି ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ ନିଜ ବେପାରରେ ବ୍ୟସ୍ତ । ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ କିଛି ଯାଏଆସେ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି ।ବିଜେପିରେ ଯୋଗଦେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

Related Articles

Leave a Reply

Your email address will not be published. Required fields are marked *

Back to top button