IBN ଓଡ଼ିଶା ବ୍ୟୁରୋ

ଆଲିଗଡ ମୁସଲିମ୍‌ ୟୁନିଭରସିଟିକୁ ମିଳିଲା କି ସଂଖ୍ୟାଲଘୁ ମାନ୍ୟତା? ପ୍ରକାଶ ପାଇଲା ସୁପ୍ରିମ ରାୟ

ଲିଗଡ଼ ମୁସଲିମ୍ ୟୁନିଭରସିଟି(AMU) କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ଡପୀଠ ଏହି ବିବାଦର ବିଚାର ଅନ୍ୟ ଏକ ବେଞ୍ଚ କରିବ ବୋଲି କହିଛନ୍ତି।

କୋର୍ଟ କହିଛନ୍ତି, AMU ଏକ ସଂଖ୍ୟାଲଘୁ ଅନୁଷ୍ଠାନ ନା ନୁହେଁ ୩ ଜଣିଆ ବିଚାରପତିଙ୍କ ବେଞ୍ଚ ତାହା ସ୍ଥିର କରିବ।

ଏଥିସହ ତାହାର ମାନଦଣ୍ଡ ବି ନିର୍ଦ୍ଧାରଣ କରିବ। କାରଣ ଆଜି ହୋଇଥିବା ଶୁଣାଣିରେ ଏନେଇ ସହମତ ପ୍ରକାଶ ପାଇ ପାରିଲାନି। ୭ ଜଣିଆ ଖଣ୍ଡପୀଠରୁ ସିଜେଆଇଙ୍କ ସମେତ ୪ ଜଣ ଗୋଟିଏ ମତ ଦେଇଥିବା ବେଳେ ଅନ୍ୟ ୩ ଜଣଙ୍କ ମତ ଭିନ୍ନ ଥିଲା। ତେଣୁ ୪-୩ ବହୁମତରେ କୋର୍ଟ ୧୯୬୭ ମସିହାର ଉକ୍ତ ରାୟକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ AMUକୁ ସଂଖ୍ୟାଲଘୁ ମାନ୍ୟତା ଦେବାକୁ ମନା କରାଯାଇଥିଲା। ଏଥିସହ AMUକୁ ସଂଖ୍ୟାଲଘୁଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା ବୋଲି ପ୍ରମାଣିତ କରିବାକୁ ହେବ ବୋଲି ସୁପ୍ରିମ କୋର୍ଟଙ୍କ ପକ୍ଷରୁ କୁହାଯାଇଛି।

ଆଜି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି, କୌଣସି ଶୈକ୍ଷିକ ଅନୁଷ୍ଠାନକୁ ଅଳ୍ପସଂଖ୍ୟକ ଅନୁଷ୍ଠାନ ବୋଲି କହିବା ନିମନ୍ତେ କ’ଣ ରହିଛି ମାନଦଣ୍ଡ? ଏହାକୁ ଅଳ୍ପସଂଖ୍ୟକ ଧାର୍ମିକ କିମ୍ବା ଭାଷା ସହ ସମ୍ବନ୍ଧିତ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପନ ତଥା ପରିଚାଳନା କରାଯାଉଥିବାରୁ ଏହାକୁ ଅଳ୍ପସଂଖ୍ୟକ ଅନୁଷ୍ଠାନ କୁହାଯିବ କି?

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଦେଶର ବିଭିନ୍ନ ଧାର୍ମିକ ସମୁଦାୟ ଶୈକ୍ଷିକ ଅନୁଷ୍ଠାନ ପ୍ରତିଷ୍ଠା କରି ପାରିବେ। ମାତ୍ର ଏହାର ପରିଚାଳନା କରିପାରିବେନି। ଏଥିନିମନ୍ତେ ସେମାନଙ୍କୁ ପର୍ଯ୍ୟାପ୍ତ ଅଧିକାର ପ୍ରଦାନ କରାଯାଇ ନାହିଁ। ଏହାକୁ ବି ନିୟନ୍ତ୍ରଣ କରାଯିବା ଜରୁରୀ। ନଚେତ ସମ୍ବିଧାନର ଅନୁଚ୍ଛେଦ ୩୦ ଦୁର୍ବଳ ହୋଇଯିବ।

ଏଥିସହ ସେ କହିଛନ୍ତି, ବହୁମତ ସହ ଫଇସଲା ଲେଖା ଯାଇଥିଲେ ବି ୩ ବିଚାରପତି ଏହି ମାମଲାରେ ନିଜ ଅସହମତି ପ୍ରକାଶ କରିଛନ୍ତି। ଏଥିନିମନ୍ତେ ଏକ ୩ ଜଣିଆ ବେଞ୍ଚ ଗଠିତ ହୋଇଥିବା ବେଳେ AMUକୁ ଅଳ୍ପ ସଂଖ୍ୟକ ସଂସ୍ଥାର ମାନ୍ୟତା ମିଳିବ କି ନାହିଁ ତାହା ସ୍ଥିର ହେବ।

ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ୨୦୦୬ ମସିହାର ଏକ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। AMU ଏକ ଅଳ୍ପ ସଂଖ୍ୟକ ସଂସ୍ଥା ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ନିଜ ରାୟରେ କହିଥିଲେ।

ଏହାପରେ ଏହି ମାମଲା ସୁପ୍ରିମକୋର୍ଟକୁ ଆସିଥିବା ବେଳେ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। କିନ୍ତୁ ୨୦୧୯ ମସିହାରେ ୩ ଜଣିଆ ଖଣ୍ଡପୀଠ ୭ ଜଣିଆ ଖଣ୍ଡପୀଠକୁ ଏହି ମାମଲା ହସ୍ତାନ୍ତର କରିଥିଲେ।

୧୯୬୭ ମସିହାରେ ସୁପ୍ରିମକୋର୍ଟ କହିଥିଲେ AMU ଏକ ସେଣ୍ଟ୍ରାଲ ୟୁନିଭରସିଟି। ଏହାକୁ ଅଳ୍ପ ସଂଖ୍ୟକ ସଂସ୍ଥା ରୂପେ ମାନ୍ୟତା ମିଳିବ ନାହିଁ। କାରଣ ଏହାର ସ୍ଥାପନା କେନ୍ଦ୍ରୀୟ ଆଇନ ଅନୁସାରେ ହୋଇଥିବା ବେଳେ ଏହାର ଡିଗ୍ରୀକୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି। ଏହି ବିଶ୍ୱବିଦ୍ୟାଳୟ ମୁସଲିମ୍ ଅଳ୍ପସଂଖ୍ୟକଙ୍କ ପ୍ରୟାସ ଯୋଗୁ ପ୍ରତିଷ୍ଠା ହୋଇ ଥାଇପାରେ କିନ୍ତୁ ଏହାର ଅର୍ଥ ନୁହେଁ ଏହା ଏକ ସଂଖ୍ୟାଲଘୁ ଅନୁଷ୍ଠାନ।

ଏନେଇ ଆହ୍ଲାବାଦ ହାଇକୋର୍ଟରେ ଅପିଲ ହୋଇଥିବା ବେଳେ ସେଠାରେ ବି ଏହାକୁ ଖାରଜ କରାଯାଇଥିଲା। ଏହାକୁ ନେଇ ଉକ୍ତ ସମୟରେ ସମଗ୍ର ଦେଶରେ ପ୍ରବଳ ବିରୋଧ ଦେଖାଦେଇଥିଲା। ୨୦୧୬ ମସିହାରେ କେନ୍ଦ୍ର ସରକାର ନିଜ ପକ୍ଷ ରଖି କହିଥିଲେ, ଅଳ୍ପସଂଖ୍ୟକ ସଂସ୍ଥାର ପ୍ରତିଷ୍ଠା ଧର୍ମନିରପେକ୍ଷ ରାଜ୍ୟର ସିଦ୍ଧାନ୍ତର ବିପରୀତ ଅଟେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button