IBN ଓଡ଼ିଶା ବ୍ୟୁରୋ

ପବିତ୍ର ନବରାତ୍ରୀରେ ଏହି 10 ଟି ମହତ୍ଵପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ରଖନ୍ତୁ, ନଚେତ ଘର ପ୍ରତି ଘୋର ସଙ୍କଟ ମାଡି ଆସିବ… Vastu Tips

ହିନ୍ଦୁ ଧର୍ମରେ ଅନେକ ଓଷା ତଥା ପୂଜା ପର୍ବପର୍ବାଣୀ ପାଳିତ ହେବାର ଶାସ୍ତ୍ରମତ ବିଧି ରହିଛି । ସମସ୍ତ ଓଷାବାରର ଏକ ବିଶେଷ ହିଁ ମହତ୍ଵ ରହିଥାଏ । ତେବେ ବିଶେଷ କରି ନବରାତ୍ର ସମୟରେ ମା’ ଦୂର୍ଗାଙ୍କର ଭିନ୍ନ ଭିନ୍ନ ବେଶ ଧାରଣ ସାଙ୍ଗକୁ ପୂଜାରେ ପରିବେଶ ଉତ୍ସବ ମୁଖର ହୋଇ ଉଠିଥାଏ । ନବରାତ୍ରୀର ପବିତ୍ର 9 ଦିନ ଅନେକ ପୂଜା ସ୍ଥାନରେ ଧୂମଧାମରେ ମା’ ଙ୍କର ପୂଜା ଅର୍ଚନା କରାଯାଇଥାଏ । ତେବେ ଏହି ନବରାତ୍ରୀରେ ଆମକୁ କିଛି ବିଶେଷ ନିୟମ ଉପରେ ମଧ୍ୟ ଧ୍ୟାନ ରଖିବାକୁ ପଡିଥାଏ ।

1-ନବରାତ୍ରୀ ସମୟରେ ଯେଉଁ ମାନେ ପବିତ୍ର ମନରେ ମା’ ଦୂର୍ଗାଙ୍କର ଆରାଧନା କରିଥାନ୍ତି । ସେମାନଙ୍କ ଘରକୁ ମା’ ଙ୍କର ପ୍ରବେଶ ହୋଇଥାଏ । ହେଲେ ବିଶେଷ କରି ଏହି 9 ଦିନ ମାନ ଘରେ ଅଯଥା କଳହ, ଅଶାନ୍ତି ସୃଷ୍ଟି କରିବା ଉଚିତ ନୁହେଁ । ଶାନ୍ତିର ବାତାବରଣ ଥିବା ପରିବେଶକୁ ମା’ ଯିବାକୁ ପସନ୍ଦ କରିଥାନ୍ତି ।

2- ମହିଳା ମାନେ ମା’ ଦୂର୍ଗାଙ୍କର ଅଂଶ ହୋଇଥାନ୍ତି । ତେଣୁ ଯେଉଁ ଘରେ ମହିଳାଙ୍କୁ ଉଚିତ ସମ୍ମାନ କରାଯାଇଥାଏ । ସେହି ଘରେ ମା’ ଙ୍କର କୃପା ବୃଷ୍ଟି ହୋଇଥାଏ । ତେଣୁ ଖାଲି ଏହି ନବରାତ୍ରୀ ସମୟରେ ନୁହେଁ, ବଂର ଘରର ମହିଳା ମାନଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର କି ତାଙ୍କୁ ଅପମାନ କରିବା ଅନୁଚିତ ।

3-ନବରାତ୍ରୀରେ କୌଣସି ପ୍ରକାର ଚମଡାର କପଡା ତଥା ବସ୍ତୁ ଏହି ଦିନ ମାନଙ୍କରେ ବ୍ୟବହାର କରିବାକୁ ବର୍ଜନ କରାଯାଇଛି । 4-ଏହି ସମୟରେ ନିଜର ନଖ, କେଶ ଆଦି କଟାକଟି ଉପରେ ମଧ୍ୟ ବାରଣ ରଖାଯାଇଥାଏ । 5- ଏହି ସମୟରେ ତାମସିକ ଭୋଜନ ନକରି ଶୁଦ୍ଧ ତଥା ସାତ୍ଵିକ ଭୋଜନ କରିବା ଉଚିତ । ଖଡୁରେ କୌଣସି ପ୍ରକାର ଆମିଷ ଭୋଜନ, ପିଆଜ, ରଶୁଣ ଓ ମଦ୍ୟପାନର ମଧ୍ୟ ସେବନ ଅନୁଚିତ ।

6-ନବରାତ୍ରୀର ପବିତ୍ର ଅବସରରେ କଳା ରଙ୍ଗର ବସ୍ତ୍ର ପରିଧାନ ଜମାରୁ ଶୁଭ ହୋଇନଥାଏ । ତେଣୁ କଳା ରଙ୍ଗ ବ୍ଯତୀତ ଅନ୍ୟାନ୍ୟ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । 7-ଏହି 9 ଦିନ ସମୟ ଚାଲୁଥିବା ମଧ୍ୟରେ ଦମ୍ପତ୍ତି ମାନେ ନିଜ ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ବନାଇବା ମଧ୍ୟ ଅନୁଚିତ । 8-ଏହି ସମୟରେ ନବରାତ୍ରୀର ବ୍ରତ କରୁଥିବା ବ୍ରତଧାରୀ ମାନେ ବ୍ରତ ନିର୍ଦ୍ଦରିତ ଉପଯୁକ୍ତ ଖାଦ୍ୟର ସେବନ ଶୁଭ ହୋଇଥାଏ ।

9-ଏହି ପବିତ୍ର ସମୟରେ ମା’ ଙ୍କର ଯଥାବିଧି ପୂଜା କରିବା ଅସହ ଆଳତୀ କରିବା ମଧ୍ୟ ଅତ୍ୟନ୍ତ ଶୁଭ ମନା ଯାଇଥାଏ । 10-ନବରାତ୍ରୀ ସମୟରେ ମା’ ଙ୍କର ଫୋଟ ଅଥବା ମୂର୍ତ୍ତି ଖଣ୍ଡିତ ଅବସ୍ଥାରେ ରଖିବା ଅନୁଚିତ । ତେଣୁ ମା’ ଙ୍କର ନୂଆ ମୂର୍ତ୍ତି ଘରେ ଆଣି ଥାପନା କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button