ରାଜ୍ୟ

ଆଜି ମାଆ ତାରା ତାରିଣୀଙ୍କର ହେବ ମହାସ୍ନାନ

ଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ। ଚୋରମାନେ ମା’ଙ୍କୁ ସ୍ପର୍ଶ କରିଥିବା ଯୋଗୁ ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯିବ। ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମା’ ଭଉଣୀମାନେ।

ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ୯୯୯ ପାହାଚ ଚଢ଼ି ସେବାୟତ ପରିବାରର ମା’ ଭଉଣୀମାନେ ମନ୍ଦିର ଉପରକୁ ଯିବେ।

ସେଠାରେ ମା’ଙ୍କର ମହାସ୍ନାନ କରାଯିବ। ଏହା ସହ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯିବ।

ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୁପା ଅଳଙ୍କାର ଚୋରି କରି ନେଇଥିଲେ ଦୁର୍ବୃତ୍ତ। ମା’ଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ଏହି ମହାସ୍ନାନ କରାଯାଉଥିବା ପୂଜକ ସୂଚନା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button