ରାଜ୍ୟ

ମାଟିର କଥା ଚଳଚିତ୍ର ଜଙ୍ଗଲ ଜଲୁଛେ

ଭୁବନେଶ୍ଵର: ଏସସିଟି ଆଣ୍ଡ ପ୍ରଡକ୍ସନର ପ୍ରଥମ ଚଳଚିତ୍ର ଜଙ୍ଗଲ ଜଲୁଛେ ଏକ ସତ୍ୟ କାହାଣୀ ଉପ​‌ରେ ଆଧାରିତ। ଏହି କାହାଣୀର ଲେଖକ ହେଉଛନ୍ତି ଶ୍ରୀଯୁକ୍ତ ଗୋରେଖନାଥ ସାହୁ ଏବଂ ଶ୍ରୀମତି ନିବେଦିତା ବଳିୟାରସିଂ ନାୟକ। ଫିଲ୍ମଟିର ପ୍ରଯୋଜନା ଦେଇଛନ୍ତି ନିବେଦିତା, ଶ୍ରୀମତି ମୀନା ମହାରଣା, ଡିଓପି ଜିତୁ। ଶ୍ରୀମୁନା ମୋଦୀ ଫିଲ୍ମଟିର ସମ୍ପାଦନା ଦେଇଥିବାବେଳେ କାହାଣୀ ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ଶ୍ରୀ ସରୋଜ ଭୂୟାଁ।

ରୋସନ୍ ଏହି ଚଳଚିତ୍ରରେ ଅଭିନେତା ଭୂମିକାରେ ନଜର ଆସିବେ। ସେହିପରି ନିର୍ଦେଶକ ସରୋଜ ଭୂୟାଁ, ବରିଷ୍ଠ ଅଭିନେତା ଅଶ୍ରୁ ମୋଚନ ମହାନ୍ତି, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ବିରେନ୍ ମିଶ୍ର, ଗୋରଖନାଥ ସାହୁ, ମିଟୁ ମିଥୁନ୍, ମିଥୁନ୍ ସାହୁ , ବିନ୍ଦୁ ମଲ୍ଲିକ୍ , ମୁନା ମୋଦୀ ପ୍ରମୂଖ ଚଳଚିତ୍ରରେ ଅଭିନୟର ଜାଦୁ ଦେଖାଇଛନ୍ତି। ଅନ୍ୟପଟେ ମଧୁମିତା ବାରିକ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଶୁଭ୍ରତା ନାୟକ, ଶ୍ରଦ୍ଧା ମହାରଣା, ଶୀତରଶ୍ମୀ ସାହୁ ପ୍ରମୂଖ ନଜର ଆସିବେ। ଗାୟକ କ୍ରିଷ୍ଣା ବେଉରା, ପଙ୍କଜ ଜାଲ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ , ରୁକୁ ସୁନା , ସଂଯୁକ୍ତା ମହାନ୍ତି ପ୍ରମୂଖ ଏହି ଚଳଚିତ୍ରରେ କଣ୍ଠଦାନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button