ମନୋରଞ୍ଜନ

ମୁଁ ଫିଲ୍ମ ‘ଏମରଜେନ୍ସି’ ଦେଖିବାକୁ ଉତ୍ସାହିତ ଅଛି; କଙ୍ଗନାଙ୍କ ଫିଲ୍ମ ଦେଖିବି କହି ଚର୍ଚ୍ଚାରେ କରଣ – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଓ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଝଗଡ଼ା ବହୁତ ପୁରୁଣା। ଅନେକ ସମୟରେ କଙ୍ଗନା, କରଣଙ୍କୁ ଟାର୍ଗେଟ କରୁଥିବା ଦେଖାଯାଏ। କିଛି ଦିନ ତଳେ କଙ୍ଗନା କରଣଙ୍କ ଉପରେ ଆରୋପ ଲଗାଇ କହିଥିଲେ ଯେ, କରଣ ଟଙ୍କା ଫିଙ୍ଗି ନିଜ ଫିଲ୍ମକୁ ହିଟ୍ କରାନ୍ତି। ହେଲେ ଏବେ କରଣଙ୍କ ଏକ ବୟାନରୁ ଦୁହିଁଙ୍କ ମଧ୍ୟରେ ଥିବା ଝଗଡ଼ାର ସମାଧାନ ହୋଇଥିବା ଚର୍ଚ୍ଚା ହେଉଛି। ଝଗଡ଼ା ଭୁଲି ଦୁହେଁ ଭଲ ବନ୍ଧୁ ହୋଇଯାଇଛନ୍ତି ବୋଲି କୁହାଯାଉଛି।

ନିକଟରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ କରଣ ଜୋହର କହିଛନ୍ତି ଯେ ସେ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ଦେଖିବାକୁ ଉତ୍ସାହିତ ଅଛନ୍ତି। ଆଗକୁ ସେ କୌଣସି ରାଜନୈତିକ ଘଟଣା ଉପରେ ଫିଲ୍ମ କରିବାକୁ ଚାହୁଁଛନ୍ତି କି ବୋଲି ପଚରାଯିବାରୁ ଫିଲ୍ମ ନିର୍ମାତା କରଣ, କଙ୍ଗନାଙ୍କ ରାଜନୈତିକ ଡ୍ରାମା ‘ଏମରଜେନ୍ସି’ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ‘ଏମରଜେନ୍ସି’ ନିର୍ମାଣ କରାଯାଇଛି ଏବଂ ମୁଁ ଏହାକୁ ଦେଖିବାକୁ ଉତ୍ସାହିତ ଅଛି।

ତେବେ ପ୍ରାୟ ୬ବର୍ଷ ପରେ କରଣଙ୍କ ଏଭଳି ବୟାନ ଆସିଛି। କରଣଙ୍କ ଚାଟ୍ ସୋ’ କଫି ଉଇଥ୍ କରଣରେ ଅତିଥି ହୋଇ ଆସିଥିବା କଙ୍ଗନା ତାଙ୍କୁ ‘ମୁଭି ମାଫିଆ’ ବୋଲି କହିଥିଲେ। ଏହା ପରଠାରୁ କଙ୍ଗନା ଅନେକ ଥର ସୋସିଆଲ ମିଡିଆରେ କରଣଙ୍କୁ ଟାର୍ଗେଟ କରିଛନ୍ତି। ତେବେ ବିବାଦ ମଧ୍ୟରେ କରଣଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୬ବର୍ଷର ଝଗଡ଼ାକୁ ଭୁଲି ଦୁହେଁ ଆଗକୁ ସାଥିରେ କାମ କରିବେ ବୋଲି ଲୋକେ ସୋସିଆଲ ମିଡିଆରେ କହିବା ଆରମ୍ଭ କଲେଣି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button