ଧାରଉଧାର କରି ପତ୍ନୀଙ୍କୁ ପଠାଇଲେ ବିଦେଶ, ବର୍ଷେ ହେଲାଣି ଫୋନ ଉଠାଉନାହାନ୍ତି ସ୍ତ୍ରୀ – Ibnodisha
[ad_1]
ଲଖନଉ: ବିଦେଶ ଯିବେ, ଚାକିରି କରିବେ ଆଉ ସେଠାରେ ସବୁ କିଛି ବ୍ୟବସ୍ଥିତ ହେବା ପରେ ସ୍ୱାମୀଙ୍କୁ ଡାକିବେ | ଜଣେ ସ୍ୱାମୀଙ୍କୁ କିଛି ଏଭଳି କହିଲେ ପତ୍ନୀ | ଆଉ ସ୍ତ୍ରୀଙ୍କ କଥାରେ ବିଶ୍ୱାସ କରି ଧାର ଉଧାର କରି କାନାଡ଼ା ପଠାଇଲେ | ହେଲେ ପ୍ରାୟ ବର୍ଷେ ହେଲା ସ୍ୱାମୀଙ୍କ ସହ ଯୋଗାଯୋଗ ରଖୁନାହାନ୍ତି ପତ୍ନୀ | ଉତ୍ତରପ୍ରଦେଶର ପିଲିଭିତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି |କୋଟୱାଲୀ ଅଞ୍ଚଳର ଶେରପୁର ନିବାସୀ ଗୁରୁପିନ୍ଦର ପୁଲିସକୁ କହିଛନ୍ତି ଯେ ବର୍ଷେ ତଳେ ତାଙ୍କ ପତ୍ନୀ ସନ୍ଦୀପ କୌର ବିଦେଶରେ କାମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ତାଙ୍କ ପତ୍ନୀଙ୍କ ଜିଦ ଦେଖି ସମସ୍ତଙ୍କ ପାଖରୁ ଧାରଉଧାର କରି ସେ ୨୫ ଲକ୍ଷ ଟଙ୍କା ଯୋଗାଡ କରି କାନାଡା ପଠାଇଥିଲେ ।
ସେଠାରେ ସବୁ ବ୍ୟବସ୍ଥା ହେବା ପରେ ଗୁରୁଙ୍କୁ ଡାକିବେ ବୋଲି କହିଥିଲେ | ତେବେ ପତ୍ନୀ ପଳାଇବାର ବର୍ଷେ ବିତିଯାଇଥିଲେ ବି ସେ ଆଉ ତାଙ୍କ ସହ କଥାବାର୍ତ୍ତା ହୋଇନାହାନ୍ତି । ଏନେଇ ଯେତେବେଳେ ସେ ସନ୍ଦୀପଙ୍କ ବାପଘରକୁ ଯାଇ କହିଥିଲେ, ସେତେବେଳେ ତାଙ୍କ ବାପଘର ପକ୍ଷରୁ ତାଙ୍କୁ ମାଡ ମରାଯାଇଥିଲା | ଝିଅ ସହ ଆଉ କୌଣସି ପ୍ରକାରର ସମ୍ପର୍କ ନ ରଖିବାକୁ କୁହାଯାଇଥିବାବେଳେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ହତ୍ୟା କରିଦେବାର ଧମକ ମଧ୍ୟ ଦିଆଯାଇଥିଲା | ଏବେ ଏହି ଘଟଣାକୁ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି | ଗୁରୁପିନ୍ଦରଙ୍କ ଅଭିଯୋଗକୁ ନେଇ ପୁଲିସ କହିଛି ଯେ, ଠକେଇ ଅଭିଯୋଗରେ ତାଙ୍କ ପତ୍ନୀଙ୍କ ସମେତ ଚାରିଜଣଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି।
[ad_2]