IBN ଓଡ଼ିଶା ବ୍ୟୁରୋ

ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

: କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଏପରିକି ତାଙ୍କ ଘରର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଥିଲା । ମୁମ୍ବାଇ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବର୍ତ୍ତମାନ ତାଙ୍କୁ ଧମକ ଦେଇଥିବା ବ୍ୟକ୍ତି ଫୈଜାନ ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି।

ଆଜି ସକାଳେ ଫୈଜାନ ଖାନଙ୍କୁ ଗିରଫ କରାଯାଇଛି।

ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଧମକ ଦେବା ମାମଲାରେ ଫୈଜାନ ଖାନଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ସକାଳେ ରାୟପୁରରେ ପହଞ୍ଚିଥିଲା। ରିମାଣ୍ଡରେ ନେବା ପରେ ମୁମ୍ବାଇ ପୋଲିସ ଆଜି ସକାଳ 11 ଟାରେ ତାଙ୍କୁ ଜିଲ୍ଲା କୋର୍ଟରେ ହାଜର କରିବ। ଏହା ପରେ ତାଙ୍କୁ ତୁରନ୍ତ ବାନ୍ଦ୍ରା ପୋଲିସ ଷ୍ଟେସନକୁ ନିଆଯିବ।

ନିକଟରେ ଫୈଜାନ୍ ଖାନ୍ ସୂଚନା ଦେଇଥିଲେ ଯେ ସେ, ବାନ୍ଦ୍ରା ପୋଲିସ ଷ୍ଟେସନ ନିଜର ବିବୃତ୍ତି ଦେବାକୁ 14 ତାରିଖ ଦିନ ମୁମ୍ବାଇ ଆସିବେ। ତେବେ ଗତ ଦୁଇ ଦିନ ହେବ ତାଙ୍କୁ ଅନେକ ଧମକ ଦିଆଯାଉଥିଲା ଯେଉଁଥି ପାଇଁ ସେ ଅନଲାଇନ୍ ହାଜିର ହେବା ପାଇଁ ଆବେଦନ କରିଥିଲେ ହେଲେ ମୁମ୍ବାଇ ପୋଲିସ ଏହାକୁ ଗ୍ରହଣ କରି ନଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button