IBN ଓଡ଼ିଶା ବ୍ୟୁରୋ

ଲିପଷ୍ଟିକ ଏବଂ କାଜଲ ଲଗାଉଥିବା ମହିଳା ନିଶ୍ଚୟ ଜାଣି ନିଅନ୍ତୁ କିଛି ଖାସ ନିୟମ । ନଚେତ ସ୍ୱାମୀ ହୋଇଯିବେ ଗରିବ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଯାହାବି ହେଉ ସ୍ତ୍ରୀ କେବେବି ଏହି ପାଞ୍ଚଟି ଭୁଲ କରିବା ଉଚିତ ନୁହେଁ । ନଚେତ ସ୍ୱାମୀକୁ ପସ୍ତେଇବାକୁ ପଡ଼ିପାରେ । ଘରର ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ କୁହାଯାଏ ଏବଂ ଘରର ସୁଖ ସମୃଦ୍ଧି ଘରର ସ୍ତ୍ରୀଙ୍କ ହାତରେ ହିଁ ରହିଥାଏ । ଏମିତି ମଧ୍ୟ କୁହାଯାଇଥାଏ ଯେ ଜଣେ ସଫଳ ପୁରୁଷ ପଛରେ ଜଣେ ସ୍ତ୍ରୀର ହାତ ରହିଥାଏ । ବାସ୍ତବରେ କଥାଟି ସତ ଅଟେ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଏଭଳି କାମ ରହିଛି ଯାହାକୁ ଘରର ସ୍ତ୍ରୀ ମାନେ ଆଦୋୖ କରିବା ଉଚିତ ନୁହେଁ । ନଚେତ ଘରେ ସ୍ୱାମୀଙ୍କ ବର୍ବାଦି ସହିତ ସୁଖ ସମୃଦ୍ଧି ମଧ୍ୟ ନଷ୍ଟ ହୋଇପାରେ । ଘରର ସ୍ତ୍ରୀ ମାନେ କେବେବି ଝାଡ଼ୁକୁ ଗୋଇଠା ମାରିବା ଉଚିତ ନୁହେଁ । ଯେଉଁ ଘରର ମହିଳା ଝାଡୁରେ ଗୋଡ଼ ଲଗାଇ ଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ରୁହନ୍ତି ନାହିଁ ।

ଯେଉଁ ଘରେ ମହିଳା ଅଇଁଠା ବାସନକୁ ସେମିତି ରଖନ୍ତି ସେହି ଘରକୁ ସମ୍ପୂର୍ଣ୍ଣ ଲକ୍ଷ୍ମୀ କେବେ ଆସି ନଥାନ୍ତି । ଘରେ କେବେ ଅଇଁଠା ବାସନ ରଖିବା ଉଚିତ ନୁହେଁ । ଏହା ଦାରିଦ୍ର୍ୟତା ଏବଂ ଦୁଃଖର କାରଣ ହୋଇଯାଏ । ବିବାହିତ ମହିଳାଙ୍କର ସବୁଠାରୁ ଦାମୀ ସୁହାଗ ହେଉଛି ସିନ୍ଦୁର । ତେଣୁ କେହିବି ବିବାହିତ ମହିଳା ନିଜ ସିନ୍ଦୁର ଫରୁଆ କାହା ସହିତ ସେୟାର କରିବା ଉଚିତ ନୁହେଁ ।

ଯେତେବେଳେ ଆପଣ ସିନ୍ଦୁର ଲଗାଉଛନ୍ତି ସେତେବେଳେ ମୁଣ୍ଡରେ ଓଢଣୀ ଦେଇ ଲଗାନ୍ତୁ । ଯଦି ଆପଣ ଏହି ଭୁଲ କରନ୍ତି ତେବେ ଆପଣଙ୍କ ସ୍ୱାମୀଙ୍କ ଉପରେ ବିପଦ ଆସିବ । ପାଉଁଜି , ଚୁଡ଼ି ଏବଂ ଝୁଣ୍ଟିଆ ଏଭଳି ଜିନିଷ ମଧ୍ୟ ମହିଳା ମାନେ କାହାକୁ ଦେବା ଉଚିତ ନୁହେଁ । ଏହାବ୍ୟତୀତ ନିଜ ମଥାର ବିନ୍ଦି ମଧ୍ୟ ମହିଳା ମାନେ କାହାକୁ ଦେବା ଉଚିତ ନୁହେଁ । ଏହି ଭୁଲ ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଦୂରତା ଆସିଯାଏ ।

କାଜଲ କିମ୍ୱା ଲିପଷ୍ଟିକ ଭୁଲରେବି ଅନ୍ୟ କୌଣସି ମହିଳାଙ୍କ ସହିତ ସେୟାର କରନ୍ତୁ ନାହିଁ । ନଚେତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦୂରତା ଆସିଥାଏ । କହିବାକୁ ଗଲେ ମହିଳା ମାନେ ନିଜର ଶୃଙ୍ଗାର ଜିନିଷ ଅନ୍ୟ ମହିଳା ସହିତ ସେୟାର କରିବା ଉଚିତ ନୁହେଁ । ଅନେକ ମହିଳାଙ୍କର ଖରାପ ଅଭ୍ୟାସ ଥାଏ ଏଣୁତେଣୁ କଥା ଶୁଣି ଏଣେତେଣେ କହିବା । ଏହାଦ୍ବାରା ସର୍ବଦା ନକାରାତ୍ମକତା ଉତ୍ପନ୍ନ ହୋଇଥାଏ । ନକାରାତ୍ମକତା ଦାମ୍ପତ୍ୟ ଜୀବନରେ ସମସ୍ୟା ଆଣିଥାଏ । ତେଣୁ ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ବୁଝାସୁଝା କରି ଜୀବନରେ ଆଗକୁ ବଢ଼ିବା ଉଚିତ । ଉଭୟଙ୍କ ମଧ୍ୟରୁ କେହି ଜଣେ ଭୁଲ କଲେ ଉଭୟଙ୍କୁ ତାହାର ଖରାପ ପରିଣାମ ଭୋଗିବାକୁ ପଡ଼ିଥାଏ । ଘରର ମହିଳା ସକାଳୁ ବିଳମ୍ବରେ ଉଠିଲେ ତାହାର ଖରାପ ପରିଣାମ ତାଙ୍କ ସ୍ୱାମୀଙ୍କୁ ଭୋଗିବାକୁ ପଡ଼ିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button