IBN ଓଡ଼ିଶା ବ୍ୟୁରୋ

ଝିଅ ମାନଙ୍କ ଏହି ଜାଗାରେ କଳା ଯାଇ ଥିଲେ ସୌଭାଗ୍ୟବତୀ ହୋଇଥାନ୍ତି, ଆଜି ହିଁ ଜାଣି ନିଅ

ବନ୍ଧୁଗଣ ସାଧାରଣତଃ ନାରୀ ମାନଙ୍କର ବାମ ଅଙ୍ଗରେ କଳାଯାଇ ଥିଲେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳା ଯାଇଥିଲେ ଶୁଭ ହୋଇଥାଏ। ତାହେଲେ ଆଜିର ଏହି ପୋଷ୍ଟରେ ଜାଣିବା ନାରୀ ମାନଙ୍କର କେଉଁ ଅଙ୍ଗରେ କଳାଯାଇ ବା ତିଳ ଚିହ୍ନ ଥିଲେ ସେହି ନାରୀ ସୁଗୁଣା, ସୁଶିଳା ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟଶାଳିନୀ ହୋଇଥାଏ। ସେଥିପାଇଁ ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ନାରୀ ମାନଙ୍କର ନାଭି ତଳେ ବା ନାଭି ପାଖରେ ତିଳ ଚିହ୍ନ ବା କଳା ଜାଇ ଥିଲେ ଏହା ଉତ୍ତମ ହୋଇଥାଏ। ଏହି ଠାରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଭୋଗ ବିଳାସ ସେମାନଙ୍କୁ ମିଳିଥାଏ। ଗାଡି, ଘର ଏବଂ ଉତ୍ତମ ସ୍ବାମି ମଧ୍ୟ ମିଳିଥାଏ।

କୌଣସି ନାରୀର ପିଠିରେ ତିଳ ଚିହ୍ନ ବା କଳା ଜାଇ ଥିଲେ ସେହି ନାରୀ ରୋମାଣ୍ଟିକ ପ୍ରକୃତିରେ ହୋଇଥାଆନ୍ତି। ଧନ ଉପାର୍ଜନରେ ମାହୀର ହୋଇଥାନ୍ତି ଏବଂ ଖର୍ଚ୍ଚ ମଧ୍ୟ ପ୍ରଚୁର କରିଥାନ୍ତି। ନିଜର ବିଳାସ ବେଶନରେ ଧନ ପ୍ରଚୁର ଖର୍ଚ୍ଚ କରିଥାନ୍ତି।

କୌଣସି ନାରୀର ମଥାରେ କଳା ଜାଇ ଥିଲେ ସେହି ନାରୀ କୌଣସି ଧନୀ ପୁରୁଷଙ୍କୁ ବିବାହ କରିଥାନ୍ତି। ଏବଂ ତାର ସ୍ବାମି ଗୁଣବାନ ମଧ୍ୟ ହୋଇଥାଆନ୍ତି। ନିଜର ସ୍ୱାସ୍ଥ୍ୟ ଭଲ ରହିଥାଏ। ଭଗବାନଙ୍କ ଉପରେ ଆସ୍ଥା ରହିଥାଏ। ସମସ୍ତ ପ୍ରକାରର ସୁଖବି ସେମାନଙ୍କୁ ମିଳିଥାଏ।

ଏବେ ଜାଣିବା ଆଙ୍ଗୁଳି ମାନଙ୍କ ବିଷୟରେ।

ତର୍ଜନୀ ବା ବିଶି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନବାନ ହୋଇଥାଆନ୍ତି। ଏବଂ କିଛି ଲୋକଙ୍କ ଦ୍ୱାରା ମଧ୍ୟ ହଇରାଣ ହୋଇପାରନ୍ତି।

ମଧ୍ୟମା ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଶାନ୍ତ ସ୍ୱଭାବର ହୋଇଥାଆନ୍ତି।

ଅନାମିକା ବା ପରି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନ, ଯଶ ଏବଂ ସମସ୍ତ ସୁଖ ପାଇଥାଏ। ଏବଂ ଉଚ୍ଚ ପଦବୀ ମଧ୍ୟ ପାଇଥାଏ।

କନିଷ୍ଠା ବା କାନି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଯଶ ମିଳିଥାଏ। କିନ୍ତୁ ମନରେ ଆଶାନ୍ତି ରହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button