ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ

ନୂଆଦିଲ୍ଲୀ: ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୱେବସାଇଟ ଉନ୍ମୋଚିତ । ୱେବସାଇଟକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଭବନ ସ୍ଥିତ ସିବି ମୁଥାମା ହଲରେ ୱେବସାଇଟ ଉନ୍ମୋଚିତ ହୋଇଛି ।
ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଏହି ମହୋତ୍ସବ ତିନି ଦିନ ପାଇଁ ଅନୁଷ୍ଠିତ ହେବ ।
ଭୁବନେଶ୍ୱରର ଜନତା ମଇଦାନରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ । ଜାନୁଆରୀ ୮ ତାରିଖରୁ ଏହି ତିନି ଦିନିଆ ସମାରୋହ ଜାନୁଆରୀ ୧୦ ତାରିଖ ଯାଏଁ ଚାଲିବ । କାର୍ୟ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ୟ୍ୟକ୍ରମ ସ୍ଥିରିକୃତ ହୋଇଛି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଯାପନୀ କାର୍ୟ୍ୟକ୍ରମରେ ସାମିଲ ହେବେ । କାର୍ୟ୍ୟକ୍ରମର ବିଭିନ୍ନ ଦିନରେ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ । ଏ ନେଇ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନର ସିବି ମୁଥାମା ହଲରେ ୱେବସାଇଟ ଉନ୍ମୋଚିତ ହୋଇଛି ।
ୱେବସାଇଟ ହେଉଛି pbdindia.gov.in । ଏହାକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି ।




