ରାଜ୍ୟ

।ସଂଗ୍ରାମ ପୁର ର ପ୍ରିତିମୟୀ ଭୁକ୍ତା ଦୌଡରେ ଜାତୀୟ ସ୍ତର ଖେଳିବାକୁ ମନୋନୀତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗ୍ରାମର ପ୍ରିତିମୟୀ ଭୁକ୍ତା ରାଜ୍ୟ ଦୌଡ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଛନ୍ତି। କେନ୍ଦୁଝର ଠାରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ କୁଦ ପ୍ରତିଯୋଗିତା ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ୮୦୦ ମିଟର ୧୫୦୦ ମିଟର ଓ ୩୦୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହେବା ସହ ଜାତୀୟ ସ୍ତରକୁ ଉନ୍ନୀତ ହୋଇଛନ୍ତି।

ସଂଗ୍ରାମ ପୁର୍ ଗ୍ରାମରେ ରହୁଥିବା ସୁରେନ୍ଦ୍ର ଭୁକ୍ତା ଓ ମାଁ ଅର୍ଚନା ଭୁକ୍ତା ଙ୍କର ଝିଅ ପ୍ରିତିମୟୀ ଭୁକ୍ତା ସିଣ୍ଢୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଛନ୍ତି । ତାଙ୍କର ଏହି ସଫଳତାରେ ସଂଗ୍ରାମପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ସିଣ୍ଢୋଲ କଲେଜ ର ଅଧ୍ୟକ୍ଷ , ଖେଳ ଶିକ୍ଷକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ , ଡିପିଇଓ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ , ଖେଳ ଶିକ୍ଷକ , କଳିଙ୍ଗ ଷ୍ଟାଡିଅମ ଭୁବନେଶ୍ୱର ର ପ୍ରଶିକ୍ଷକ ଗଣ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଥମ ଥର ପାଇଁ ବିଦ୍ୟାଳୟ ସମୂହ ରାଜ୍ୟ ସ୍ତରୀୟ ଦୌଡ କୁଦ ପ୍ରତିଯୋଗିତାରେ ପ୍ରିତୀମୟୀ ଙ୍କର ଏହି ବିରଳ ସଫଳତା ଦେଖି ବିଭିନ୍ନ ଅଞ୍ଚଳ ରୁ ପ୍ରିତୀମୟୀ ଙ୍କୁ ଶୁଭେଚ୍ଛା ର ବାର୍ତ୍ତା ଆସୁଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button