ରାଜ୍ୟ

କଟକ ବିଡ଼ାନାସୀରେ ଷଣ୍ଢ ଉପଦ୍ରବ, ଲୋକ ଦେଖିଲେ ଗୋଡ଼ାଉଛି ମାରିବା

ଟକ : ପୁଣି ମାତିଲା କଟକି ଷଣ୍ଢ । କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ଷଣ୍ଢ ଉପଦ୍ରବ । ଲୋକଙ୍କୁ ଦେଖିଲେ ମାତ୍ରେ ମାରିବାକୁ ଗୋଡ଼ାଉଛି ଷଣ୍ଢ । ଏନେଇ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । ଯିବା ଆସିବା ବାଟ ବଦଳାଉଛନ୍ତି ଲୋକେ । ଗତ ୧୧ ତାରିଖ ଦିନ ଜଣେ ବ୍ୟକ୍ତି ଷଣ୍ଢ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ଭୂଆସୁଣୀ ପୀଠ ନିକଟ ମହାନଦୀ ପଠାରେ ଆକ୍ରମଣ କରିଥିଲା ଷଣ୍ଢ ।

ପରେ ଷଣ୍ଢଟିକୁ କାବୁ କରାଯାଇଥିଲା । ନଦୀ ପଠାରେ ଫିଙ୍ଗା ଯାଉଥିବା ଏକସପାୟରୀ ମେଡ଼ିସିନ ଖାଇ ଷଣ୍ଢ ଗୁଡ଼ିକ ହିଂସ୍ର ବା ପାଗଳ ହୋଇ ଯାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ।

Related Articles

Leave a Reply

Your email address will not be published. Required fields are marked *

Back to top button