IBN ଓଡ଼ିଶା ବ୍ୟୁରୋ

ଅଧିକ ଖାଉ ନଥିଲେ ବି ମୋଟା ହୋଇଯାଉଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା !

ଵର୍ତମାନ ଅସ୍ବାସ୍ଥ୍ୟ କର ପରିବେଶ ରେ ଅନେକ ରୋଗ ବ୍ୟଦ୍ଧି ସୃଷ୍ଟି ହେଉଛି । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ କିଛି ନା କିଛି ରୋଗ ହୋଇଥାଏ । ତେବେ ଵର୍ତମାନ ର ସମାଜ ରେ ଆମ ଜୀବନ ଶୈଳୀ , ଓ ଆମର ଖାଦ୍ୟ ପେୟ କୁ ନେଇ ଆମର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ । ଆମେ ଅଧିକାଂଶ ଲୋକଙ୍କୁ ଦେଖିଛୁ କି ସେମାନେ ମୋଟାପଣ ରେ ପୀଡିତ ହୋଇ ଛନ୍ତି । ତେବେ ଏହି ଭଳି ବର୍ତ୍ତମାନ ସମାଜ ରେ ମୋଟାପଣ ଏକ ସାଧାରଣ ରୋଗ ହୋଇ ଗଲାଣି ।

ତେବେ ଏହି ମୋଟାପଣ ରୁ ଅନେକ ରୋଗ ସୃଷ୍ଟି ହୋଇଛି। ଯେମିତି କି ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ହାର୍ଟ ଜନିତ ସମସ୍ୟା , ଓଜନ ବୃଦ୍ଧି ଆଦି । ତେବେ ଏହା ଦ୍ୱାରା ଅନେକ ଲୋକ ବହୁତ ଚିନ୍ତିତ ମଧ୍ୟ ରହି ଥାନ୍ତି । ତେବେ ଏହି ମୋଟାପଣ କେବଳ ଅନେକ ତେଲ ଜାତୀୟ ଖାଦ୍ୟ ଖାଇବାରୁ ହୋଇ ନ ଥାଏ ।

ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ କେବଳ ମୋଟାପଣ ହୋଇ ନ ଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅଳ୍ପ ଖାଦ୍ୟ ଖାଇ ମଧ୍ୟ ମୋଟାପଣ ର ଶିକାର ହୋଇଥାନ୍ତି । ତେବେ ଆପଣ ଯଦି ସକାଳୁ ଜଳଖିଆ ନ ଖାଇ ଦିନ ରେ ଗୋଟିଏ ସମୟରେ ଭୋଜନ କରିଥାନ୍ତି ।

ତେବେ ଆପଣଙ୍କର ଏସିଡିଟି ହୋଇ ସେହି ଖାଦ୍ୟ ଭଲ ରେ ହଜମ ହୋଇ ନ ଥାଏ । ଏହା ଛଡା ଆପଣ ଯଦି ଖାଇବା ସମୟରେ ମୋବାଇଲ , ଟିଭି ଆଦି ଦେଖି ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ଆପଣ ଖାଦ୍ୟ କୁ ଧ୍ୟାନ ଦେଇ ଖାଇ ନ ଥାନ୍ତି ।

ଯାହା ଫଳ ରେ ଖାଦ୍ୟ ଟି ହଜମ ହୋଇ ନ ଥାଏ । ଏହା ଛଡା ଆପଣ ଯଦି ଖାଦ୍ୟ କୁ ସଠିକ ଭାବେ ନ ଚୋବାଇବେ ତେବେ ଏହା ଆପଣଙ୍କ ପାକସ୍ଥଳୀ ରେ ଭଲ ରେ ହଜମ ହୋଇ ନ ଥାଏ । ତେବେ ଏହି ଖାଦ୍ୟ ରହି ରହି ଚର୍ବି ରେ ପରିଣତ ହୋଇ ଥାଏ ।

 

ତେଣୁ ଏହି ସବୁ କାରଣ ରୁ ଆପଣ ଅଳ୍ପ ଖାଦ୍ୟ ଖାଇ ମଧ୍ୟ ମୋଟାପଣ ର ଶିକାର ହୋଇଥାନ୍ତି । ତେବେ ଏହାକୁ କମ କରିବା ପାଇଁ ଆପଣ ସଠିକ ସମୟ ରେ ଖାଦ୍ୟ ଖାଇବା ଉଚିତ । ଦିନରେ 3 ଥର ଖାଇବା ଉଚିତ । ଏହା ଛଡା ଆପଣ ଖାଦ୍ୟ କୁ ସଠିକ ଭାବେ ଚୋବାଇ ଖାଇବେ ।

ଏହା ସହିତ ଆପଣ ଖାଦ୍ୟ ଖାଇବା ବେଳେ ଟିଭି, ମୋବାଇଲ ଆଦି ଦେଖିକରି ଖାଇବା ଉଚିତ ନୁହେଁ । ଏହା ସହିତ ଆପଣ ପ୍ରତିଦିନ ସକାଳୁ ଉଠି ବ୍ୟାୟାମ , ଏକ୍ସରସାଇ, ଆଦି କରିବା ଉଚିତ । ଏହା ଛଡା ଆପଣ ସକାଳୁ ଉଠି ପ୍ରତିଦିନ ଉଷୁମ ଜଳ ର ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button