IBN ଓଡ଼ିଶା ବ୍ୟୁରୋ

ଆସନ୍ତୁ ଜାଣିବା କ୍ଷୀର ଭିଜା ଖଜୁରୀ ଉପକାରିତା

କ୍କାପଣ ବା ଶାରୀରିକ ଦୁର୍ବଳତାକୁ ଦୂର କରେ କ୍ଷୀର ଭିଜା ଖଜୁରୀ ଯଦି ଆପଣ ଦୁର୍ବଳ କିମ୍ବା ଥକ୍କାପଣ ଅନୁଭବ କରୁଛନ୍ତି ତେବେ କ୍ଷୀରରେ ଭିଜା ହୋଇଥିବା ଖଜରୀକୁ ସେବନ କରିବା ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ ହେବ । ଖଜୁରୀରେ ଥିବା ନ୍ୟାଚୁରାଲ ସୁଗାର ଇନ୍‌ଷ୍ଟାଣ୍ଟ ଏନର୍ଜି ପ୍ରଦାନ କରିଥାଏ । ସେହିପରି କ୍ଷୀରରେ ପ୍ରୋଟିନ୍ ଏବଂ କ୍ୟାଲସିୟମ ରହିଥାଏ ଯାହା ଶରୀରକୁ ମଜଭୁତ୍ କରିଥାଏ ।

ଏଥିସହିତ ଯେଉଁମାନଙ୍କର ଦୁର୍ବଳ ଶରୀର ଅର୍ଥାତ ଶାରୀରିକ ଗଠନ ପତଳା ସେମାନଙ୍କ ପାଇଁ ଖଜୁରୀ ଏକ ମହଷୌଧି । କାରଣ ରାତିରେ ଯଦି ଆମେ ଶୋଇବା ପୂର୍ବରୁ ପ୍ରତିଦିନ ଖଜୁରୀକୁ କ୍ଷୀରରେ ଖାଇବା ତେବେ ପତଳାପଣ ଦୂର ହୋଇଥାଏ ।

ରକ୍ତହୀନତା ପାଇଁ:

ଏନିମିଆ ବା ରକ୍ତହୀନତା: ଏହା ବିଶ୍ୱର ଅଧିକାଂଶଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା । ବିଶେଷ କରି ମହିଳା ଏବଂ ଛୋଟ ପିଲାଙ୍କ ଠାରେ ଅଧିକ ଦେଖାଯାଇଥାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ଖଜୁରୀର ସେବନ ଏକ ଉତ୍ତମ ମାଧ୍ୟମ । କାରଣ ଖଜୁରୀରେ ପ୍ରଚୁର ମାତ୍ରାରେ ଆଇରନ୍ ମିଳିଥାଏ । ଯାହା ଶରୀରରେ ହିମୋଗ୍ଲୋବିନ ଲେବଲକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ହାଡ଼କୁ ମଜଭୁତ କରେ କ୍ଷୀର ଭିଜା ଖଜୁରୀ : ଯେଉଁ ମାନଙ୍କର ହାଡ଼ ଦୁର୍ବଳ ସେମାନଙ୍କ ପାଇଁ ଖଜୁରୀ କୌଣସି ଚମତ୍କାରିତା ଠାରୁ ବି କମ ନୁହେଁ । କାରଣ ହାଡକୁ ମଜଭୁତ୍ କରିବା ପାଇଁ କ୍ୟାଲସିୟମ ଏବଂ ଫସଫରସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କ୍ଷୀରରେ କ୍ୟାଲସିୟମ ଏବଂ ଖଜୁରୀରେ ଫସଫରସ ପ୍ରଚୁର ପରିମାଣରେ ରହିଥାଏ । ଯାହା ହାଡକୁ ମଜଭୁତ୍ କରିଥାଏ । ହାଡର ଦୁର୍ବଳତା, ଅଷ୍ଟିଓପୋରୋସିସ ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରେ ଖଜୂରୀ ।

ଖଜୁରୀ ଖାଇଲେ ଦୂର ହୁଏ ପେଟ ଜନିତ ସମସ୍ୟା : ଜଙ୍କ୍ ଫୁଡ୍ ଜମାନାରେ ହଜମ ସମସ୍ୟା ଏକ ବଡ଼ ଚିନ୍ତାର କାରଣ । ଆଉ ଏଥିରୁ ମୁକ୍ତି ପାଇବାକୁ ହେଲେ କ୍ଷୀରରେ ଭିଜା ହୋଇଥିବା ଖଜୁରୀକୁ ପ୍ରତିଦିନ ସେବନ କରନ୍ତୁ । ଖଜୁରୀରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ଯାହା ଅନ୍ତନଳୀ ବା ଖାଦ୍ୟ ନଳୀକୁ ସକ୍ରିୟ କରେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । କ୍ଷୀର ସହ ଖଜୁରୀକୁ ସେବନ କରିବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ।

କ୍ଷୀର ଏବଂ ଖଜୁରୀର ମିଶ୍ରଣ କେବଳ ଶରୀର ପାଇଁ ଲାଭଦାୟକ ତାହା ନୂହେଁ ବରଂ ମସ୍ତିସ୍କ ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ଖଜୁରୀରେ ପୋଟାସିୟମ ଏବଂ ଭିଟାମିନ୍ ବି ୬’ ର ଉପସ୍ଥିତି ମାନସିକ ସ୍ତରର ସ୍ୱାସ୍ଥ୍ୟକୁ ଫିଟ୍ ରଖିବା ସହ ନ୍ୟୁରୋଟ୍ରାନ୍ସମିଟର୍ସକୁ ସୁଧାରି ଥାଏ । ଯାହାଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ । ଖାଲିସେତିକି ନୁହେଁ କ୍ଷୀରରେ ଥିବା ଟ୍ରିପ୍ଟୋଫେନ ଏକ ଶାନ୍ତ ପ୍ରଭାବ ପକାଇଥାଏ ।

କ୍ଷୀରରେ ଖଜୁରୀ ଖାଇବେ କେମିତି?

୨ ରୁ ୩ଟି ଖଜୁରୀକୁ ରାତିସାରା କ୍ଷୀରରେ ଭିଜେଇ ରଖନ୍ତୁ
ସକାଳେ ଏହାକୁ କମ୍ ଆଞ୍ଚରେ ଫୁଟାଇ ଉସୁମ ଉସୁମ ପିଅନ୍ତୁ
ସ୍ୱାଦ ପାଇଁ ଏଥିରେ ମହୁକୁ ମଧ୍ୟ ଆପଣ ମିଶାଇ ଖାଇପାରିବେ

ଏହାକୁ ଖାଇବା ପୂର୍ବରୁ କିଛି ସତର୍କତା: କ୍ଷୀର ଭିଜା ହୋଇଥିବା ଖଜୁରୀ ଡାଇବେଟିସ୍ ରୋଗୀ ଖାଇବା ସମୟରେ ଧ୍ୟାନ ରଖିବା ଉଚିତ୍ । କାରଣ ଖଜୁରୀରେ ନ୍ୟାଚୁରାଲ ସୁଗାର ରହିଥାଏ । ଯାହା ବ୍ଲଡସୁଗାର ଲେବଲକୁ ବଢାଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button