IBN ଓଡ଼ିଶା ବ୍ୟୁରୋ

ସେକ୍ସ ପାଇଁ ଓବାମାଙ୍କ ଘରକୁ ପ୍ରେମିକାଙ୍କୁ ଆଣିଥିଲେ ସୁରକ୍ଷାକର୍ମୀ, ତା’ପରେ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ନେଇ ଆସିଛି ବଡ଼ ଖବର। ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ଜଣେ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ସାଂଘାତିକ କାମ ସାମ୍ନାକୁ ଆସିଛି। ସେ ୨୦୨୨ରେ ହାୱାଇରେ ସମୁଦ୍ରକୂଳରେ ଥିବା ବାସଭବନକୁ ସେକ୍ସ କରିବା ପାଇଁ ନିଜର ପ୍ରେମିକାଙ୍କୁ ଆଣିଥିଲେ।

ଏହି ସମୟରେ ଉକ୍ତ ଘରେ ଓବାମା କିମ୍ବା ତାଙ୍କ ପତ୍ନୀ ମିଚେଲ ନଥିଲେ।

ତେବେ ଏଜେଣ୍ଟ ଜଣଙ୍କ ଏପରି କରି ଜାତୀୟ ସୁରକ୍ଷାରେ ବୁଝାମଣା କରିଥିଲେ। ଏଥିଯୋଗୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

ଏଜେଣ୍ଟଙ୍କ ପୂର୍ବତନ ପ୍ରେମିକା ଯିଏ ସେଦିନ ଓବାମାଙ୍କ ଘରକୁ ସେକ୍ସ ପାଇଁ ଯାଇଥିଲେ ଏବେ ଗୋଟିଏ ବହି ଲେଖିଛନ୍ତି। ଏଥିରେ ସେ ପୂରା ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ‘Undercover Heartbreak: A Memoir of Trust and Trauma ଶୀର୍ଷକ ବହିରେ ଏଜେଣ୍ଟଙ୍କ ପ୍ରେମିକା ସବୁ କଥା କହିଛନ୍ତି।

ସେ ନିଜେ ହିଁ ଅକ୍ଟୋବର ୨୮ରେ ବହିର ରିଲିଜ କରିଛନ୍ତି। ବହିରେ ସେ ବହିଷ୍କୃତ ହୋଇଥିବା ଏଜେଣ୍ଟଙ୍କ ନାଁ ଡାଲେ ରଖିଛନ୍ତି। ଏଥିରେ ପ୍ରେମିକା ଜଣଙ୍କ କହିଛନ୍ତି ଯେ ଡାଲେ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଏହାପରେ ପୂର୍ବତନ ପ୍ରଥମ ମହିଳା ମିଚେଲଙ୍କ ବାଥରୁମ ଭିତରେ ସେକ୍ସ କରିବାକୁ ଡାକିଥିଲେ।

ଏଥିରେ ବିପଦ ଥିବା ଜଣାଥିଲେ ହେଁ ସେ କହିଥିଲେ ଯେ କେହି ବି ଜାଣି ପାରିବେ ନାହିଁ। ଯଦି ବି ଜଣାପଡ଼ିବ, ତା’ହେଲେ ସେ ହିଁ ଫସିବେ। ତେଣୁ ଡରିବାର କିଛି କାରଣ ନାହିଁ ବୋଲି ଡାଲେ ମୋତେ କହିଥିଲେ। ଏହାପରେ ଆମେ ସେଠାକୁ ଯାଇଥିଲୁ ବୋଲି ଡାଲେଙ୍କ ପୂର୍ବତନ ପ୍ରେମିକା ବହିରେ ଲେଖିଛନ୍ତି।

ଆମେରିକାର ସିକ୍ରେଟ ସର୍ଭିସର ଯୋଗାଯୋଗ ମୁଖ୍ୟ ଆନ୍ଥୋନୀ ଏକଥାକୁ ନିଶ୍ଚିତ କରିଛନ୍ତି। ଏମିତ ଏକ ଘଟଣା ୨୦୨୨ରେ ଘଟିଥିଲେ। ପ୍ରଥମେ ଉକ୍ତ ଏଜେଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ସେ ବହିଷ୍କୃତ ହୋଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button