ରାଜ୍ୟ

ଯମୁନା ପରେ ଶିମିଳିପାଳକୁ ଆସିଲା ଗଙ୍ଗା

ଶିମିଳିପାଳରେ ରାଜ୍ କରିବେ ଗଙ୍ଗା-ଯମୁନା। ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଆଜି ଆସିଛି ଦ୍ୱିତୀୟ ବାଘୁଣୀ। ତା ନାଁ ଗଙ୍ଗା।

ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍ ବା କଳା ମହାବଳ ବାଘଙ୍କ ବଂଶ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍ ଲଗାଇ ସ୍ୱାଭାବିକ ମହାବଳ ବାଘର ବଂଶ ବିସ୍ତାର ପାଇଁ ମହାରାଷ୍ଟ୍ରର ଏହି ଦୁଇଟି ବାଘୁଣୀକୁ ସେଠାରେ ଛାଡ଼ିବାକୁ ଯୋଜନା ରହିଛି।

ଅକ୍ଟୋବର ୨୮ରେ ବାଘୁଣୀ ଯମୁନା ଆସିଥିବା ବେଳେ ତାକୁ ପ୍ରଥମେ ଏନକ୍ଲୋଜରରେ ରଖାଯାଇଥିଲା। କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟର କୋର୍ ଏରିଆରେ ତାକୁ ଛଡ଼ାଯାଇଛି। ଆଜି ଗଙ୍ଗା ଶିମିଳିପାଳକୁ ଆସିଥିବା ବେଳେ ତାକୁ ମଧ୍ୟ ଏନକ୍ଲୋଜରରେ ରଖାଯିବ। ସବୁକିଛି ଠିକ୍ଠାକ୍ ରହିଲେ ଅଳ୍ପ ଦିନ ପରେ ଗଙ୍ଗାକୁ କୋର୍ ଏରିଆରେ ଛଡ଼ାଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button