ମନୋରଞ୍ଜନ

୨୦୦୨ରେ ଫ୍ଲପ ହୋଇଥିବା ଫିଲ୍ମ ପାଇଁ ସଲମାନଙ୍କୁ ଦାୟୀ କଲେ ଅମିଷା – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ପୁଣି ଥରେ ଗଦର-୨ ସହିତ ବଡ଼ ପରଦାକୁ ଫେରିଛନ୍ତି। ରିଲିଜ୍ ପରେ ତାଙ୍କର ଚଳଚ୍ଚିତ୍ର ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇସାରିଥିବା ବେଳେ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଏହା ଅମିଷାଙ୍କର ପ୍ରଥମ ହିଟ୍ ଫିଲ୍ମ ବୋଲି କୁହାଯାଉଛି। ଯଦିଓ ଅମିଶା ତାଙ୍କ କ୍ୟାରିୟର ଆରମ୍ଭରେ ଦୁଇଟି ବଡ଼ ହିଟ୍ ଦେଇଥିଲେ, କିନ୍ତୁ ସମୟ ସହିତ ତାଙ୍କ ଚଳଚ୍ଚିତ୍ର ଫ୍ଲପ୍ ହେବା ଆରମ୍ଭ ହେଲା। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତାଙ୍କ ଫ୍ଲପ୍ ଚଳଚ୍ଚିତ୍ର ବିଷୟରେ କହିଥିଲେ। ଫିଲ୍ମର ବିଫଳତା ପାଇଁ ସେ ସଲମାନ ଖାନଙ୍କୁ ଦାୟୀ କରିଥିବା ଦେଖାଯାଇଥିଲା।

୨୦୦୨ରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ୟେ ହେ ଜଲୱା’ର ଖରାପ ପ୍ରଦର୍ଶନ ପାଇଁ ଅମିଷା ସଲମାନଙ୍କୁ ଦାୟୀ କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ସହ ସୁପରଷ୍ଟାର ସଲମାନ ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରି ନଥିଲା। ଏହାର କାରଣ ଜଣାଇ ଅମିଷା କହିଥିଲେ, ଡେଭିଡ ଧୱନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ‘ୟେ ହେ ଜଲୱା’ ହିଟ୍ ହୋଇଥାନ୍ତା। କାହାଣୀ ସହ ସବୁକିଛି ଭଲ ଥିଲା। ହେଲେ‌ ସେ ସମୟରେ ସଲମାନ ଖାନଙ୍କ ‘ହିଟ୍ ଆଣ୍ଡ ରନ୍’ ମାମଲାର ହୋଇଥିବା ମିଡିଆ କଭରେଜ୍ ଫିଲ୍ମ ଉପରେ ଖରାପ ପ୍ରଭାବ ପକାଇଥିଲା, ଯାହାଦ୍ବାରା ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button