IBN ଓଡ଼ିଶା ବ୍ୟୁରୋ

ଧର୍ମଶାଳା ରେ ପୁଣି ହତ୍ୟାକାଣ୍ଡ ଜଣେ ମୃତ, ଦୁଇ ଜଣ ଗୁରୁତର !

IBN ଓଡିଶା -ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ପଂଚାୟତ ର ମହାନ୍ତି ସାହି ରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଯାଇଛି I ଜଣେ ମୃତ ଓ ଦୁଇ ଜଣ ଗୁରୁତର I ମିର୍ଜାପୁର ମହାନ୍ତି ସାହିରେ ତରୁଲତା ବିଶ୍ୱାଳ ଦୀର୍ଘ 25ବର୍ଷ ହେବ ମିର୍ଜାପୁର ମହାନ୍ତି ସାହି ରେ ଏକ ଭଡା ଘରେ ରହି ଆସୁଥିଲେ I ତାଙ୍କ ସହ ତାଙ୍କ ସ୍ୱାମୀ ନିତ୍ୟରଞ୍ଜନ ମଲିକ ଓ ଝିଅ ଜୟଶ୍ରୀ ମଲିକ ରହୁଥିଲେ I ତରୁଲତା ନିକଟସ୍ଥ ମିର୍ଜାପୁର ଅନନ୍ତ କୁମାରୀ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ I ଆଜି ସକାଳୁ ତରୁଲତା ରହୁଥିବା ଭଡାଘର ଅଗଣାରେ ତରୁଲତା ଙ୍କ ମୃତ ଦେହ ପଡିଥିବାର ତାଙ୍କ ଘର ପାଖରେ ରହୁଥିବା ପଡୋଶୀ ଦେଖିବାକୁ ପାଇଥିଲେ I ଏହାସହ ତରୁଲତା ଙ୍କୁ ସ୍ୱାମୀ ନିତ୍ୟାନନ୍ଦ ମଲିକ ଓ ଜୟଶ୍ରୀ ମଲିକ ଗୁରୁତର ଥିବା ଦେଖିବାକୁ ପାଇଲେ I ଖବର ପାଇ ଧର୍ମଶାଳା ଥାନା IIC ପହଂଚି ତରୁଲତା ଦୁଇ ଆହତ ନିତ୍ୟ ରଞ୍ଜନ ମଲିକ ଓ ଜୟଶ୍ରୀ ମଲିକ ଙ୍କୁ ମେଡିକାଲ ପଠାଇ ମୃତ ତରୁଲତା ବିଶ୍ୱାଳ ଙ୍କ ଶବ ଜବତ କରି ଅନୁସନ୍ଧାନ ଜାରି ରଖିଥିବା ବେଳେ sdpo ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ,ଅନ୍ୟପଟେ ତେବେ କିଏ ଘଟାଇଛି ଏ ଘଟଣା କଣ ପାଇଁ ହୋଇଛି ହତ୍ଯା କାଣ୍ଡ … ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନା କୁ ଆସିବ ବୋଲି SDPO ଚିନ୍ମୟ ନାୟକ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button